www.samajalive.in
Saturday, December 6, 2025
19.1 C
Bhubaneswar

ଗଛ କାଟିବା ବେଳେ ପାଚେରି ପଡି ଜଣେ ମୃତ

କେସିଙ୍ଗା : ଗଛ କାଟିବା ହେଲା କାଳ। ଗଛ କାଟିବା ସମୟରେ ପାଚେରି ପଡିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେସିଙ୍ଗା ସହରରେ। ମିଳିଥିବା ସୂଚନା ଅନୁସାରେ କେସିଙ୍ଗା ସହରର ବିଜୁ ପଟ୍ଟନାୟକ ଛକ ବା ବଲାଙ୍ଗିର ଛକ ନିକଟରେ ଜଣେ ବ୍ୟବସାୟୀଙ୍କ ଘରକୁ ଲାଗିଥିବା ଏକ ଗଛକୁ କାଟିବା ପାଇଁ ବ୍ୟବସାୟୀ ଜଣଙ୍କ ସହରର ଏକ ନମ୍ବର ୱାଡ ବଗାଡ ଗ୍ରାମର ଭୋଜରାଜ ସାହୁଙ୍କୁ ଡାକିଥିଲେ। ଭୋଜରାଜ ଆଜି ସକାଳେ ବ୍ୟବସାୟୀଙ୍କ ସୁଚିତ ଅନୁସାରେ ଗଛକୁ କାଟିଥିଲେ। ଗଛଟି କଟିବାପରେ ତାହା ବ୍ୟବସାୟୀଙ୍କ ପାଚେରିରେ ବାଜିଥିଲା ଏବଂ ଉକ୍ତ ପାଚେରିଟି ଭାଙ୍ଗିଯାଇ ଭୋଜରାଜଙ୍କ ଉପରେ ପଡିଯାଇଥିଲା, ଫଳରେ ପାଚେରି ତଳେ ସେ ଚାପି ହୋଇଯାଇଥିଲେ। ଖବରପାଇ କେସିଙ୍ଗା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚିବା ସହିତ ସ୍ଥାନୀୟ ଲୋକଙ୍କ ସହାୟତାରେ ଭୋଜରାଜଙ୍କୁ ଉଦ୍ଧାର କରି କେସିଙ୍ଗା ଡାକ୍ତରଖାନାକୁ ନେଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories