www.samajalive.in
Saturday, December 6, 2025
19.1 C
Bhubaneswar

କଲେଜ ଛାତ୍ରଙ୍କୁ ମାଡ଼ ମାରି ଯୁବକଙ୍କ ଦବଙ୍ଗ୍ ଗିରି

କେସିଙ୍ଗା : କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ମହାବିଦ୍ୟାଳୟର କିଛି ଛାତ୍ରଙ୍କୁ ଜଣେ ଯୁବକ ମାଡ ମାରି ଭୟ ସୃଷ୍ଟି କରିବା ଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଯୁବକ ଜଣଙ୍କ ଦବଙ୍ଗ୍ ଭଳି କଲେଜ ଛାତ୍ର ମାନଙ୍କୁ ଠିଆ କରାଇ ଷ୍ଟାଇଲରେ ସିଗାରେଟ ଟାଣି ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି । ଛାତ୍ର ମାନେ ମାଡ଼ ଖାଉଥିଲେ ମଧ୍ୟ ଭୟରେ ପାଟି ଖୋଲୁନାହନ୍ତି। ଏହି ଦୃଶ୍ୟ ଉତ୍କେଲା ପେଟ୍ରୋଲ ପମ୍ପରେ ଘଟିଥିବା ବେଳେ ପେଟ୍ରୋଲ ପମ୍ପରେ ଛିଡା ହୋଇ ଯୁବକ ଜଣଙ୍କ କିଭଳି ସିଗାରେଟରେ ନିଆଁ ଲଗାଇବାକୁ ସାହସ କଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି ନିଆଁ ଟାଙ୍କିରେ ଲାଗିଥାନ୍ତା ତ।ହେଲେ କେତେ ବଡ ବିପଦ ସୃଷ୍ଟି ହୋଇଥାନ୍ତା। ପୁଲିସ ଏହି ଘଟଣାରେ ଜଣକୁ ଆଣି ପଚରାଉଚରା କରୁଛି । ଯୁବକଙ୍କ ସାଙ୍ଗରେ ଆଉ ତିନି ଜଣ ଯୁବକ ରହିଥିବା ଭିଡିଓ ଶେଷରେ ଦେଖିବାକୁ ମିଳୁଛି । ମାଡ଼ ମାରୁଥିବା ଯୁବକ ଜଣଙ୍କ କୋକୋମୁଣ୍ଡା ଗ୍ରାମର ବବଲୁ ମାଝୀ ବୋଲି କୁହାଯାଉଛି । ହେଲେ ସେ ଭବାନୀପାଟଣା ଅରକାବାହାଲି ପଡାର୍ ବୋଲି ଭିଡିଓରେ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ମାଡ଼ ଖାଇଥିବା ଛାତ୍ରମାନେ ସେମାନଙ୍କ ଅଭିଭାବକ ଓ କଲେଜ ଅଧ୍ୟକ୍ଷଙ୍କ ସହିତ କେସିଙ୍ଗା ଥାନାକୁ ଆସି ଆଜି ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଯୁବକଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି ହେଉଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories