ଜି ଉଦୟଗିରି : ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମାଣ୍ଡିଆ ଚାଷକୁ ପ୍ରାଧାନ୍ୟ ଦେଉଥିବା ବେଳେ ମାଣ୍ଡିଆରେ ପ୍ରସ୍ତୁତି ଖାଦ୍ୟ ପାଇଁ ସଚେତନତା ରଥର ଆଜି ଶୁଭାରମ୍ଭ ହୋଇଯାଇଛି। ବିବରଣୀ ପ୍ରକାରେ ଜି ଉଦୟଗିରି ବ୍ଳକରେ କାର୍ୟ୍ୟରତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜନବିକାସ ତରଫରୁ ସ୍ଥାନୀୟ କୃଷି କାର୍ଯ୍ୟାଳୟ ପରିସରରେ ସହକାରୀ କୃଷି ଅଧିକାରି ପ୍ରିୟଦର୍ଶୀନି ମଲିକ ପତାକା ଦେଖାଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ଦ୍ଦେଶକ ଜନବିକାଶ ତ୍ରିନାଥ କହଁର, ଅରୁଣ ନାୟକ, ସିଇଓ ସଲିଟ ନାୟକ ସମେତ ଛ ଜଣ ସିଆରପି ଉପସ୍ଥିତ ଥିଲେ। ଉକ୍ତ ରଥ ୧୮ ରୁ ୨୧ ଚାରି ଦିନ ଧରି ବ୍ଲକର ବିଭିନ୍ନ ପଞ୍ଚାୟତରେ ମାଣ୍ଡିଆରେ ପ୍ରସ୍ତୁତି ଖାଦ୍ୟ ଯଥା ସୁପ୍, କେକ୍, ହାଲୁଆ, ତାଡିଆ ଆଦି ପ୍ରସ୍ତୁତ ଉପରେ କ୍ୟାସେଟ୍ ମାଧ୍ୟମରେ ସଚେତନତା କରାଯାଉଥିବା ଦେଖିବାକୁ ମିଳିଛି।
Popular Categories



