ଧାମରା: ଧାମରା ନିକଟସ୍ଥ ବାଂଶଡ଼ାଠାରେ ଏକ ଗଳାପୋଲ ନିର୍ମାଣକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଦିନରେ ଧାମରା ବନ୍ଦର ଏହି ଗଳାପୋଲ ନିର୍ମାଣ ନକଲେ ଆନ୍ଦୋଳନ ଚେତାବନୀ ମଧ୍ୟ ଦିଆଯାଇଛି। ସୋମବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟତ ୫ଗୋଟି ଦାବୀ ନେଇ ବାଂଶଡା-ଧାମରା ଆଞ୍ଚଳିକ ବିକାଶ ମଞ୍ଚ ନିଜର ମତ ପ୍ରକାଶ କରିଥିଲା। ପ୍ରଥମରେ ବାଂଶଡା-ବଳିହାରପୁର ଦେଇ କରଞ୍ଜମାଳ ପଂଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ଏହିଠାରେ ଏକ ଗଳାପୋଲ/ଅଣ୍ଡର ପାସିଂ ବ୍ରିଜ ନିର୍ମାଣ କରିବାକୁ ଦାବୀ ହୋଇଥିଲା। ଏଥିସହ ଧାମରା ବନ୍ଦରରେ ଅଞ୍ଚଳରରେ ଥିବା ଯୁବକ ଯୁବତୀମାନଙ୍କ ପାଇଁ ସ୍ଥାୟୀ କର୍ମନିଯୁକ୍ତିର ଯୋଜନା ପ୍ରସ୍ତୁତି କରିବା, ଆଗରୁ ନିର୍ମାଣ ହୋଇଥିବା ଗଳାପୋଲ ଟିକଟରେ ବହୁ ସମୟରେ ଦୁର୍ଘଟଣା ଘଟୁଥିବାରୁ ସେହିଠାରେ ଆଲୋକୀକରଣ ବ୍ୟବସ୍ଥା କରିବା ସହ ପୂର୍ବରୁ ନିର୍ମାଣ ହୋଇଥିବା କଲଭର୍ଟ ଅଥ୍ୟନ୍ତ ଛୋଟ ହୋଇଥିବା ବେଳେ ସେହିଠାରେ ସାମାନ୍ୟ ବର୍ଷାରେ ମାଟି ଧୋଇ ହୋଇ ରାସ୍ତା ପୋତି ହୋଇ ଯାଉଥିବାରୁ ସେଠାରେ ପାଣିର ନିଷ୍କାସନ ନିମନ୍ତେ ବ୍ୟବସ୍ଥା କରିବାକୁ ସର୍ବସାଧାରଣରେ ଦାବୀ ହୋଇଥିଲା। ଆସନ୍ତା ୨୨ତାରିଖ ସୁଦ୍ଧା ବନ୍ଦର କର୍ତ୍ତୃପକ୍ଷ ଅଂଚଳବାସୀଙ୍କ ଦାବୀ ନ ଶୁଣିଲେ ବାଧ୍ୟ ସେମାନେ ଏହି ଅଞ୍ଚଳରେ ଧାମରା ବନ୍ଦର କରୁଥିବା ରାସ୍ତା କାର୍ଯ୍ୟ ବନ୍ଦ କରିବା ସହ ଧାମରା-ଭଦ୍ରକ ରେଳପଥରେ ରେଳ ଚଳାଚଳକୁ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଏହି ଚେତାବନୀ ଦେଇଛନ୍ତି। ପ୍ରଶାସନ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସେମାନେ ବାଂଶଡା ଥାନାଧିକାରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବାଂଶଡା-ଧାମରା ଆଞ୍ଚଳିକ ବିକାଶ ମଞ୍ଚର ସଭାପତି ଅଜୟ କୁମାର ପଲେଇ, ସଂପାଦକ ଜିତେନ୍ଦ୍ର ନାୟକ, ବୀରବର ପାତ୍ର, ଉଗ୍ରେସନ ମଢୁଆଳ, ଗଜେନ୍ଦ୍ର ପାତ୍ର, ଦୀପକ ଦାସ, ପ୍ରଫୁଲ ନାୟକ, ବାଇଧର ରାଉତ, ନବକିଶୋର ସାହୁ, କାଶିନାଥ ପଲେଇ, ରାଜେନ୍ଦ୍ର ପଲେଇ, ହରିହର ବୀର, ଶ୍ରକୃଷ୍ଣ ପଲେଇ, ଆଲୋକ ରାଉତଙ୍କ ସମେତ ବାଂଶଡା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଏହି ଗଳାପୋଲ ନିର୍ମାଣ କରିବାକୁ ନିଜ ନିଜର ଦାବୀ ରଖିଥିଲେ।



