www.samajalive.in
Sunday, December 14, 2025
26.1 C
Bhubaneswar

ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ସମ୍ବଲପୁର: ସମ୍ବଲପୁର ଦେଇ ଯାଇଥିବା ମହାନଦୀ ଉପରେ କଚେରୀ ଛକ ନିକଟରେ ସ୍ଥିତ ଦ୍ୱିତୀୟ ପୋଲ (ଚାଉଁରପୁର ବ୍ରିଜ) ଉପରୁ ଗୁରୁବାର ସକାଳ ପ୍ରାୟ ସାଢ଼େ ୧୧ଟା ସମୟରେ ଜଣେ ଯୁବତୀ ନଦୀ ଗର୍ଭକୁ ଡେଇଁ ପଡ଼ିଥିବା ବେଳେ ଶୁକ୍ରବାର ଅପରାହ୍ନରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗର ସୂଚାନୁଯାୟୀ, ଯୁବତୀଙ୍କ ମୃତଦେହ ସମ୍ବଲପୁରର ଉପକଣ୍ଠସ୍ଥ ଗୋଲାବନ୍ଧ ସ୍ଥିତ ନଦୀଘାଟ ନିକଟରେ ଅପରାହ୍ନ ପ୍ରାୟ ୫ଟା ସମୟରେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏଣୁ ତୁରନ୍ତ ଘଟଣାସ୍ଥଳକୁ ଧମା ପୁଲିସ ଓ ଅଗ୍ନିଶମ ଦଳ ପହୁଞ୍ôଚ ମୃତଦେହକୁ ଉଦ୍ଧାର କରିଥିଲେ। ଉଦ୍ଧାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ହେପାଜତକୁ ନେଇ ପଠାଇଛି। ଅପରପକ୍ଷରେ ଏହି ଘଟଣାର ୨୪ ଘଣ୍ଟାରୁ ଉର୍ଦ୍ଧ ସମୟରେ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଜିଲାର କୌଣସି ଥାନା ଯୁବତୀ ନିଖୋଜର ଅଭିଯୋଗ ହୋଇ ନ ଥିବା ସହିତ ମୃତ ଯୁବତୀଙ୍କ ପରିଚୟ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସୂଚନାଯୋଗ୍ୟ ଯେ, ଗତକାଲି ସକାଳ ପ୍ରାୟ ସାଢ଼େ ୧୧ଟା ସମୟରେ ଚାଉଁରପୁର ବ୍ରିଜର ବ୍ୟାରିକେଟ ଉପରେ ଜଣେ ଯୁବତୀ ଛିଡା ହୋଇଥିବାର କିଛି ବ୍ୟକ୍ତି ଦେଖିଥିଲେ। ଅଚାନକ ଉକ୍ତ ଯୁବତୀ ବ୍ରିଜର ବ୍ୟାରିକେଟ ଉପରୁ ମହାନଦୀ ମଧ୍ୟକୁ ଡେଇଁ ପଡ଼ିଥିଲେ। ଯୁବତୀ ଜଣକ ନଦୀ ଗର୍ଭରେ ପଡ଼ିବା ପରେ କିଛି ଦୂର ପର୍ଯ୍ୟନ୍ତ ତାଙ୍କର ମୁଣ୍ଡ ଉପରକୁ ଦିଶୁଥିବା ବେଳେ ସେ ମହାନଦୀର ଖରସ୍ରୋତରେ ଭାସି ଯାଇଥିଲେ। ଏଣୁ ତୁରନ୍ତ ଲୋକେ ଟାଉନ ଥାନା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିବା ବେଳେ ସେମାନେ ଘଟଣାସ୍ଥଳକୁ ପହୁଞ୍ôଚ ଯୁବତୀଙ୍କୁ ନଦୀ ମଧ୍ୟରେ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ନ ମିଳିବା ଏବଂ ଅନ୍ଧାର ହେବାରୁ ବାଧ୍ୟ ହୋଇ ଅଗ୍ନିଶମ ବିଭାଗ ପକ୍ଷରୁ ନଦୀ ମଧ୍ୟରେ ଖୋଜିବା ବନ୍ଦ କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories