www.samajalive.in
Saturday, December 13, 2025
26.1 C
Bhubaneswar

ଗୋ-ପାଳନ ପ୍ରଶିକ୍ଷଣ ଶିବିର

ବଡ଼ସାହି : ମୟୁରଭଞ୍ଜ ଜିଲା ବଡସାହି ଠାରେ ଜିଲା ପ୍ରାଣୀଚିକିତ୍ସା ଓ ପ୍ରାଣୀପାଳନ ବିଭାଗ ଆନୁକୂଲ୍ୟରେ ଗୋ-ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବଡ଼ସାହି ପ୍ରାଣୀ ଚିକତ୍ସାଳୟ କେନ୍ଦ୍ରରେ ଆୟୋଜିତ ଏହି ଶିବିରକୁ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ ଯୋଗଦେଇ ଉଦ୍‍ଘାଟନ କରିଛନ୍ତି। ୨୦ଜଣ ଚାଷୀଙ୍କୁ ଗୋ-ପାଳନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବା ସହ ବିଭିନ୍ନ ଗୋ-ପାଳନ ଫାର୍ମକୁ ପରିଦର୍ଶନରେ ଯାଇ ଚାଷୀଙ୍କୁ ତାଲିମ ଦିଆଯିବ। ଡାକ୍ତର ଅରବିନ୍ଦ ଜେନା ଶିବିରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଡାକ୍ତର ରାଧାଗୋବିନ୍ଦ ପୁହାଣ ପରିଚାଳନା କରିଥିବା ବେଳେ ଡାକ୍ତର ଶୁଭ୍ରକାନ୍ତ ରଥ ତାଲିମ ପ୍ରଦାନ କରିଥିଲେ। ପ୍ରାଣୀ ଚିକିତ୍ସା କେନ୍ଦ୍ରର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ଉଦଘାଟନୀ ଦିବସକୁ ମିଶାଇ ଶିବିରଟି ୫ଦିନ ଧରି ଚାଲିବ ବୋଲି ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories