www.samajalive.in
Tuesday, December 9, 2025
26.1 C
Bhubaneswar

ସୃଷ୍ଟି ହେଲା ଲଘୁଚାପ; ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡିଶା,ଉତ୍ତର ଆନ୍ଧ୍ର ଓ ଛତିଶଗଡରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଚା’ ପିଇଲେ ହେବେ ଦୀର୍ଘାୟୁ ! 

- Advertisement -

ସେହିପରି ପ୍ରବଳ ବର୍ଷାରେ ବେହାଲ ହୋଇଛି ଲମତାପୁଟ। ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହିଛି। ବର୍ଷା କାରଣରୁ ପୋଲ ଉପରେ ପାଣି ଚାଲୁଛି। ରାସ୍ତା ବୁଡି ଥିବାରୁ ଗାଡି ମଟର ମଧ୍ୟ ଅଟକି ରହିଛି।
ରାଜ୍ୟରେ ୨୪ ଘଣ୍ଟାରେ ୪ଟି ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। ୪ଟି ସ୍ଥାନରେ ଅତିପ୍ରବଳ ଓ ୧୭ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଲାଞ୍ଜିଗଡରେ ସର୍ବାଧିକ ୧୫୬.୪ ମିମି ବର୍ଷା ହୋଇଥିବା ବେଳେ ଦାରିଙ୍ଗିବାଡିରେ ୧୨୮ ମିମି,ଚିତ୍ରକୋଣ୍ଡାରେ ୧୧୭ ମିମି,ଅତାବିରାରେ ୧୧୬,ଟିକାବାଲିରେ ୧୧୪,ଭଞ୍ଜନଗରରେ ୧୦୨ ମିମି ବର୍ଷା ରେକର୍ଡ କରାଯାଇଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories