www.samajalive.in
Wednesday, December 10, 2025
14.1 C
Bhubaneswar

ଚା’ ପିଇଲେ ହେବେ ଦୀର୍ଘାୟୁ ! 

ସକାଳୁ ଚା’ ପିଇବା ଦ୍ୱାରା ସତେଜ ଲାଗିଥାଏ ଓ କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ ବୋଲି ଅନେକ ଲୋକଙ୍କ ଧାରଣା। । କିଛି ଲୋକଙ୍କୁ ନାଲି ଚା’ , କିଛି ଲୋକଙ୍କୁ ଖିର ଚା’,ତ କିଛି ଲୋକଙ୍କୁ ଗ୍ରୀନ ଟି ପସନ୍ଦ। ନିତିଦିନ ଚା’ ପିଇବା ବହୁ ଲୋକଙ୍କ ଅଭ୍ୟାସ ଅଟେ। ଏହି କାରଣରୁ ଅଧିକାଂଶଙ୍କ ଘରେ ସକାଳ ଚା’ ପ୍ରସ୍ତୁତରୁ ହିଁ ଦିନଟି ଆରମ୍ଭ ହୋଇଥାଏ। ଓ ସନ୍ଧ୍ୟାରେ ମଧ୍ୟ ଚା’ପ୍ରସ୍ତୁତ ହୋଇଥାଏ।ସକାଳର ଚା’ରୁ ଅନେକଙ୍କ ନିଦ ମଧ୍ୟ ଭାଙ୍ଗିଥାଏ। ଏହାସହ ଯେଉଁମାନେ ଚା’ ପିଅନ୍ତି ସେମାନେ, ଯେଉଁମାନେ ଚା’ ନ ପିଅନ୍ତି ସେମାନଙ୍କ ତୁଳନାରେ ଦୀର୍ଘାୟୁ ହେବାର ସମ୍ଭାବନା ଅଧିକ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଜାପାନ ଓ ଅନ୍ୟ କେତେକ ସ୍ଥାନରେ ଗ୍ରୀନ ଟି ପିଇବାକୁ ଅଧିକାଂଶ ପସନ୍ଦ କରିଥାଆନ୍ତି। ଗତ କିଛି ଦିନ ତଳେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।
ନିକଟରେ ହୋଇଥିବା ଅଧ୍ୟୟନ ଅନୁଯାୟୀ, ଦିନ ମଧ୍ୟରେ ଥରେ କିମ୍ବା ୨ଥର ଚା’ ପିଉଥିବା ବ୍ୟକ୍ତିଙ୍କ ଆୟୁଷ ଅଧିକ ହୋଇଥାଏ। ଅର୍ଥାତ ଆଦୌ ଚା’ ପିଉନଥିବା ବ୍ୟକ୍ତିଙ୍କ ଆୟୁଷ ଚା’ ପିଉଥିବା ବ୍ୟକ୍ତିଙ୍କ ତୁଳନାରେ ୯ ରୁ ୧୩ ପ୍ରତିଶତ ଆୟୁଷ କମ ହୋଇଥାଏ।
ମାତ୍ର ଦିନ ମଧ୍ୟରେ ଏକ କପ ଚା’ ପିଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସଠିକ ରହିଥାଏ। ଶରୀରକୁ ଏହା ସତେଜ ରଖିବା ସହ ଜଲଦି ଥକ୍କାପଣ ଅନୁଭବ ହୋଇନଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories