ଗୋପାଳପୁର: ଗୋପାଳପୁର ଥାନା ପୁଲିସ ପକ୍ଷରୁ ବାଇକ ଚୋରୀ ମାମଲାରେ ସମ୍ପୃକ୍ତ ରହି ଫେରାର ଥିବା ଜଣେ ନାବାଳକ ଅଭିଯୁକ୍ତକୁ ଆଜି କାବୁ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରର ବୋଲି ପୁଲିସ କହିଛି। ପୂର୍ବରୁ କେସ ନମ୍ବର ୨୯୪/୨୩ରେ ଏକ ବାଇକ ଚୋରୀ ମାମଲାରେ ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁରର ଶ୍ରୀଧର ବେହେରାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ତାହା ଠାରୁ ଦୁଇଟି ମୋଟରସାଇକେଲ ଜବତ କରିଥିଲା। ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଓ ତାଙ୍କ ଟିମ ଗତ ୪ତାରିଖ ସକାଳେ ନାରାୟଣପୁର ଛକ ଠାରେ ପେଟ୍ରୋଲିଂ କରୁଥିବା ସମୟରେ ଶ୍ରୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳକ ଅଭିଯୁକ୍ତ ଜଣକ ଚମ୍ପଟ ମାରିଥିଲା। ଆଜି ସକାଳେ ପଥରା ଛକରେ ଗୋପାଳପୁର ପୁଲିସ ବ୍ଲକିଙ୍ଗ କରୁଥୁବା ସମୟରେ ଫେରାର ଥିବା ଅଭିଯୁକ୍ତ ନାବଳକୁ ପଲସର ମୋଟରସାଇକେଲ ସହ ଗିରଫ କରିଛି। ପୂର୍ବରୁ ନାବଳକ ନାମରେ ବିଭିନ୍ନ ଥାନାରେ ୧୮ଟି ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି।
Popular Categories



