www.samajalive.in
Sunday, December 14, 2025
23.1 C
Bhubaneswar

ଉତ୍କଳ କନ୍ଧ ସମାଜ ବଡ଼ ବୁଡୁକା ପ୍ରଗଣା ଭବନ ଉଦଘାଟନ କଲେ ରାଜ୍ୟସଭା ସାଂସଦ

ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ତୁରକେଲା ଠାରେ କନ୍ଧ ସମାଜର ଭବନ ଉଦଘାଟନ ଅବସରରେ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି। ଅତିଥି ମାନଙ୍କୁ ଢ଼ାପ ଏବଂ ଡକାର ବାଦ୍ୟ ନୃତ୍ୟ ଦ୍ୱାରା ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ଆଦିବାସୀ ଭବନ ପରିସରରେ ଥିବା ସଭାସ୍ଥଳକୁ ଆଦିବାସୀ ମାନେ ପାଛୋଟି ନେଇଥିଲେ। ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବରେ ନବନିର୍ମିତ କନ୍ଧ ସମାଜ ଭବନର ଶୁଭ ଉଦଘାଟନ କରିଥିଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି। ଆଦିବାସୀ ମାନଙ୍କ ଧାର୍ମିକ ପୀଠ, ଭାଷା, ସଂସ୍କୃତି, ନୃତ୍ୟ ଗୀତ ବାଦ୍ୟ ସଙ୍ଗୀତ ଦେବଦେବୀ ପୂଜାପଦ୍ଧତି, ପ୍ରଥା ପରମ୍ପରା ସୁରକ୍ଷା ପାଇଁ ଓଡିଶା ସରକାର ବଲାଙ୍ଗିର ଜ଼ିଲ୍ଲାକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ କରିଛନ୍ତି। ଏହାଦ୍ୱାରା ଆଦିବାସୀ ଶସକ୍ତିରଣ ସମ୍ଭବ ହୋଇପାରିବ। ଆଦିବାସୀ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସାମାଜିକ, ଅର୍ଥନୈତିକ ବିକାଶ, ଜମି ଜଳ ଜଙ୍ଗଲର ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରକାଶ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories