www.samajalive.in
Friday, December 12, 2025
15.1 C
Bhubaneswar

ଲଗାଣ ବର୍ଷା ପ୍ରଭାବ, ପାହାଡ ଧସି ରାସ୍ତା ଅବରୋଧ

ପାରଳାଖେମୁଣ୍ଡି: ଗଜପତି ଜିଲାର ପାହାଡିଆ ଅଞ୍ଚଳରେ ଲଗାଣ ବର୍ଷା ହେଉଛି। ଏହି ବର୍ଷା ପ୍ରଭାବରେ ଆଜି ଗୁମ୍ମା ବ୍ଲକ ଦେବଗିରି ପାହାଡ ଧସିଯାଇ ରାସ୍ତା ଅବରୋଧ ହୋଇଛି। ଏହା ଦ୍ବାରା କୁଜାସିଂ ପଞ୍ଚାୟତର ୩ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ ବିଛିନ୍ନ ହୋଇଛି। ଏହି ଜିଲାର ଅନ୍ୟାନ୍ୟ ବ୍ଲକ୍ ସମେତ ଗୁମ୍ମା ବ୍ଲକର ବିଭିନ୍ନ ପାହାଡିଆ ଅଞ୍ଚଳରେ ସବୁଦିନ ବର୍ଷା ହେଉଛି ଆଜକୁ ୩ରୁ ୪ ଦିନ ହେବ ଗୁମ୍ମା ବ୍ଲକରେ ନିୟମିତ ବର୍ଷା ହେଉଥିବା ବେଳେ ଆଜି ସକାଳୁ ପ୍ରବଳ ବର୍ଷା ହୋଇଥିଲା। ସନ୍ଧ୍ୟା ୫ଟା ବେଳେ କୁଜାସିଂ-ଅଢ଼େଇ ଗାଁ କୁ ଲମ୍ବିଥିବା ଘାଟି ରାସ୍ତା ଉପରେ ପାହାଡ ଧସି ଯାଇଥିଲା। ପାହାଡରୁ ବଡ଼ ବଡ଼ ପଥର ଓ ମାଟି ତଳକୁ ଖସି ଆସି ପିଚୁ ରାସ୍ତାରେ ପଡ଼ିଥିଲା। ପାହାଡ ଧସିବା ଯୋଗୁ ସେହି ପିଚୁ ରାସ୍ତାରେ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇ ଯାଇଛି।

କୁଜାସିଂ ଠାରୁ ଅଜୟଗଡ ଯିବା ନିମନ୍ତେ ଏହା ମୁଖ୍ୟ ରାସ୍ତା ଅଟେ। ଏହି ରାସ୍ତା ଉପରେ ୩ଟି ଗାଁର ଲୋକମାନେ ସମ୍ପୂର୍ଣ ନିର୍ଭର ଥିବା ବେଳେ ସେମାନଙ୍କ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ପ୍ରଶାସନ ସେଠାରେ ପହଞ୍ଚି ନାହିଁ। ବିଶେଷ କରି ଅଢ଼େଇ ଗ୍ରାମ ଏକ ପ୍ରକାର ବନ୍ଦୀ ଭାବରେ ରହିଛି। ଏହି ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ଯାତାୟତ କରୁଥିବା ବେଳେ ସନ୍ଧ୍ୟା ପରଠାରୁ ତାହା ବନ୍ଦ ହୋଇଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories