www.samajalive.in
Sunday, December 14, 2025
23.1 C
Bhubaneswar

ପୂର୍ବତନ କଂଗ୍ରେସ ସାଂସଦ ଜ୍ୟୋତି ମିର୍ଦ୍ଧା ବିଜେପିରେ ସାମିଲ

ଜୟପୁର: ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜସ୍ଥାନ ରାଜନୀତି ସେତେ ସରଗରମ ହେଉଛି। ନିଜ ସ୍ବାର୍ଥକୁ ଦୃଷ୍ଟିରେ ରଖି ନେତାମାନଙ୍କ ଦଳ ବଦଳ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ସୋମବାର ଏହିଭଳି ଏକ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି। ନାଗୌରର ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତ ନାଥୁରାମ ମିର୍ଦ୍ଧାଙ୍କ ନାତୁଣୀ ଜ୍ୟୋତି ମିର୍ଦ୍ଧା ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ ସୱାଇ ସିଂହ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ରାଜସ୍ଥାନ ବିଜେପି ସଭାପତି ସିପି ଯୋଶୀ ଜ୍ୟୋତି ମିର୍ଦ୍ଧାଙ୍କୁ ସଦସ୍ୟତା ପ୍ରଦାନ କରି ଦଳକୁ ସ୍ୱାଗତ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ବିଜେପିର ଏହି ପଦକ୍ଷେପ ବିରୋଧୀ କଂଗ୍ରେସକୁ ଶକ୍ତ ଝଟ୍‌କା ଦେଇଛି। ମିର୍ଦ୍ଧା ବିଜେପିକୁ ଆସିବା ଦ୍ବାରା ବିଜେପି ମଜଭୂତ ହୋଇଛି କିନ୍ତୁ କଂଗ୍ରେସର ଚିନ୍ତା ବଢିଯାଇଛି। ଜ୍ୟୋତି ମିର୍ଦ୍ଧାଙ୍କର ଜାଟ୍‌ ସମ୍ପ୍ରଦାୟରେ ଦବଦବା ରହିଛି। ଏଭଳି ପରିସ୍ଥିତିରେ କଂଗ୍ରେସ ପାଇଁ ଏହ ଭଲ ଖବର ନୁହେଁ।

- Advertisement -

ଜ୍ୟୋତି ନାଗୌରରୁ କଂଗ୍ରେସ ସାଂସଦ ଥିଲେ। ରାଜସ୍ଥାନ ରାଜନୀତିରେ ଜ୍ୟୋତି ମିର୍ଦ୍ଧା ଏକ ବଡ଼ ନାମ। ରାଜ୍ୟର ଜାଟ ସମ୍ପ୍ରଦାୟରେ ମିର୍ଦ୍ଧା ପରିବାରର ଭଲ ପ୍ରଭାବ ରହିଛି। ୨୦୧୯ରେ ନାଗୌର ଲୋକସଭା ଆସନରୁ କଂଗ୍ରେସ ଜ୍ୟୋତି ମିର୍ଦ୍ଧାଙ୍କୁ ରାଜନୀତି ମୈଦାନକୁ ପଠାଇଥିଲା। ୨୦୦୯ରେ ନାଗୌର ସାଂସଦ ଥିବା ଜ୍ୟୋତି ମିର୍ଦ୍ଧାଙ୍କୁ ୨୦୧୪ରେ ବିଜେପିର ସିଆର ଚୌଧୁରୀ ଏବଂ ୨୦୧୯ରେ ଏନଡିଏ ମେଣ୍ଟର ଆରଏଲପି ପ୍ରାର୍ଥୀ ହନୁମାନ ବେନିୱାଲ ପରାସ୍ତ କରିଥିଲେ।

 

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories