www.samajalive.in
Monday, December 8, 2025
14.1 C
Bhubaneswar

ଦୁଇ ଦ୍ରୁତଗାମୀ ଟ୍ରେନ ପୁନଃ ରହଣି ଦାବୀ; ୨ରୁ ଗଞ୍ଜାମ ରେଳ ଷ୍ଟେସନରେ ପ୍ରତୀକ ଧାରଣା

ଗଞ୍ଜାମ : ଗଞ୍ଜାମ ରେଳ ଷ୍ଟେସନରେ ଗତ କୋଭିଡ ସମୟରୁ ରହଣି ବନ୍ଦ ରହିଥିବା ଦୁଇଟି ଦ୍ରୁତଗାମୀ ଟ୍ରେନ ପୁନଃ ରହଣି ଦାବୀ ନେଇ ଆସନ୍ତା ୨ ତାରିଖରୁ ଗଞ୍ଜାମ ରେଳ ଷ୍ଟେସନରେ ଧାରଣା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ସୋମବାର ଏନେଇ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ ଯେ, କୋଭିଡ ସମୟରେ ପୁରୀ-ତିରୁପତି ଓ ଭୁବନେଶ୍ୱର-ଜଗଦଳପୁର ଦୁଇ ଦ୍ରୁତଗାମୀ ଟ୍ରେନ ରହଣିକୁ ଗଞ୍ଜାମ ଷ୍ଟେସନରେ ବାତିଲ କରିଦିଆଯାଇଛି। ଫଳରେ ଅଂଚଳବାସୀ ରେଳରେ ଯାତାୟତ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ଯୋଗୁଁ ବିଭିନ୍ନ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଅନେକ ଥର ରେଳ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ବାଧ୍ୟ ହୋଇ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଏକ ସମ୍ବାଦିକ ସମିଳନୀରେ ଆସନ୍ତା ଅକ୍ଟୋବର ୨ ତାରିଖରେ ଗଞ୍ଜାମ ରେଳ ଷ୍ଟେସନରେ ପୂର୍ବାହ୍ନ ୧୦ ଘଣ୍ଟାଠାରୁ ପ୍ରତୀକ ଧାରଣା ଦିଆଯିବା ନେଇ ଅବଗତ କରାଯାଇଛି। ଏହି ସମ୍ବାଦିକ ସମ୍ବିଳନୀରେ ଅନୁଷ୍ଠାନର ସଭାପତି ଲିଙ୍ଗରାଜ ପଟନାୟକ, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ, ବିନୋଦ ଚନ୍ଦ୍ର ମହାପାତ୍ର, କିଶୋର ମହାପାତ୍ର, ତ୍ରିନାଥ ପାଣିଗ୍ରାହୀ, ଉଦୟ ନାଥ ରାଉଳ, ଗୋପାଳ ପଣ୍ଡା, ପତିତ ପାବନ ମହାପାତ୍ର, ରବିନ୍ଦ୍ର କୁମାର ପଣ୍ଡା, ଅରୁଣ କୁମାର ପଣ୍ଡା, ପଦ୍ମ ଚରଣ ପାଢ଼ୀ ପ୍ରମୁଖ ବରିଷ୍ଟ ନାଗରିକଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ। ଏହି ଧାରଣା ରେ ସହର ଅନ୍ୟ ବିଭିନ୍ନ ସଂଗଠନ ଯୋଗ ଦେବା ପାଇଁ ପରିଷଦ ପକ୍ଷରୁ କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories