www.samajalive.in
Sunday, December 14, 2025
26.1 C
Bhubaneswar

ମିଶନଶକ୍ତି ଜରିଆରେ ଏସଏଜିକୁ ମୋ ସ୍କୁଟର ଯୋଜନାର ଶୁଭାରମ୍ଭ

ଆଠଗଡ: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମୋ ସ୍କୁଟର ଯୋଜନା ଆଠଗଡରେ ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ଆଠଗଡ ମିନି ଷ୍ଟାଡିୟମଠାରେ ଆତ୍ମାର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ଏକ କର୍ମଶାଳାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମହିଳାମାନଙ୍କ ଆର୍ଥିକ ବିକାଶ ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ଲାଗି ରାଜ୍ୟ ସରକାର ଯେଉଁସବୁ ପଦକ୍ଷେପ ନେଇ ସଫଳ ହୋଇଛନ୍ତି, ତାହା ଅନ୍ୟ ରାଜ୍ୟଗୁଡିକ ପାଇଁ ଉଦାହରଣ ପାଲଟିଛି ଏବଂ ସେସବୁ ରାଜ୍ୟ ଓଡିଶା ମଡେଲକୁ ଏବେ ଅନୁକରଣ କରୁଛନ୍ତି ବୋଲି ପ୍ରକାଶ କରିଥିଲେ ।
ଆଠଗଡ଼ ବ୍ଲକରେ ୭୨ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩.୭୨ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ, ମୋ ସ୍କୁଟର ଯୋଜନାରେ ୬୧ଜଣଙ୍କୁ ସ୍କୁଟି ପ୍ରଦାନ, ପ୍ରାଣିବିଭାଗ ତରଫରୁ ୨୯ଜଣଙ୍କୁ ଆଥିକ ସ୍ୱାବଲମ୍ବୀ କରିବାପାଇଁ କୁକୁଡ଼ା ପାଳନ ଓ ୮ଜଣ ଚାଷୀ ଛେଳି ପାଳନ, ୧୩ ଏସଏଚଜିକୁ କୁକୁଡ଼ା ଚାଷ ପାଇଁ ମୋଟ ୫କୋଟି ୯୮ଲକ୍ଷ ୫୧ହଜାର ଟଙ୍କାର କାଯ୍ୟଦେଶେ ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ଏଥିସହିତ ସେଠାରେ ଆଠଗଡ ବ୍ଲକର ୩୯୦ଟି ବିଭିନ୍ନ ଉନୟନ ପ୍ରକଳ୍ପ ପାଇଁ ମୋଟ ୬କୋଟି ୫୯ଲକ୍ଷ ୫୭ହଜାର ଟଙ୍କାର କାଯ୍ୟଦେଶ ବଣ୍ଟନ କରାଯାଇଥଥିଲା। ଏହି କାଯ୍ୟକ୍ରମରେ ଉଛବ ଏକ ଜ଼ିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ବେହେରା, ମିନତୀ ଗାଗରାଇ ଓ ବଳଭଦ୍ର ବାଘ, ପୃର୍ବତନ ବ୍ଲକ ଅଧକ୍ଷ ରଞ୍ଜନ କୁମାର ଆଚାଯ୍ୟ, ବ୍ଲକ ଉପାଧ୍ୟକ୍ଷା ସୁବାସ ମଲ୍ଲିକ, ରାଜ୍ୟ ବିହନ ଓ ଜୈବିକ ପ୍ରାମାଣିକ ସଂସ୍ଥା ନିର୍ଦେଶକ ନିରାକାର ଲେଙ୍କା କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ପ୍ରସନ୍ନ କୁମାର ସ୍ୱାଇଁ, ପୂର୍ବତନ ନିର୍ଦେଶକ ଲଳିତେନ୍ଦୁ ସେନାପତି, ବ୍ଲକ ପ୍ରକଳ୍ପ ସଂଯୋଜକ ଚିତ୍ତରଞ୍ଜନ ବଳିୟାରସିଂହ, ବ୍ଲକ ଜୀବିକା ମିଶନ ସଂଯୋଜକ ପରେଶ ଚନ୍ଦ୍ର ପୁଷ୍ଟି ପ୍ରମୁଖ ଯୋଗଦାନ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories