www.samajalive.in
Sunday, December 14, 2025
26.1 C
Bhubaneswar

ଜୁଆଙ୍ଗ ଶିଶୁଙ୍କ ପାଖରେ ପହଞ୍ଚିଲା ଶିଶୁ ମଙ୍ଗଳ ସମିତି

ପାଟଣା: କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକର କୁଆଝରଣ ଗ୍ରାମକୁ ଶିଶୁ ମଙ୍ଗଳ ସମିତି ପରିଦର୍ଶନରେ ଯାଇ ଜୁଆଙ୍ଗ ଶିଶୁ ଓ ସେମାଙ୍କର ମା ବାପା ସହ ଭେଟି ଆଲୋଚନା କରିଛନ୍ତି। ଏହି ଗ୍ରାମଟି ସମ୍ପୂର୍ଣ୍ଣ ଜୁଆଙ୍ଗ ଅଧ୍ୟୁଷିତ ଓ ୬୦ ପରିବାରର ମୋଟ ୨୭୬ ଲୋକ ସଂଖ୍ୟା ବିଶିଷ୍ଟ ଗାଁ। ଶିଶୁ ମାନଙ୍କ ଯତ୍ନ ଏବଂ ସୁରକ୍ଷା ନିମନ୍ତେ ଏଠାରେ ଆଲୋଚନା କରାଯାଇଥିଲା। ଅଧାରୁ ପାଠ ପଢା ଛାଡ଼ିଥିବା ଏବଂ ପିତୃ ବିହୀନ ୩ଜଣ ଶିଶୁ ଏଠାରେ ସମିତି ନିକଟରେ ଉପସ୍ଥାପିତ ହୋଇଥିଲେ। ଏହି ସମିତି ଅଙ୍ଗନୱାଡି କେନ୍ଦ୍ର ଓ କ୍ରେଚ କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କ ବିଷୟରେ ଯଥା ସେମାନଙ୍କର ପୁଷ୍ଟି, ସ୍ବାସ୍ଥ୍ୟ ଓ ବିକାଶ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି। ଅଙ୍ଗନବାଡ଼ି ରେ ୨୦ ଜଣ ଏବଂ କ୍ରେଚ୍ କେନ୍ଦ୍ରରେ ୧୨ ଜଣ ଶିଶୁ ଓ ସେମାଙ୍କର ମା ସହିତ ଯତ୍ନ ଏବଂ ସୁରକ୍ଷା ବିଷୟରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ସମିତିର ସଦସ୍ୟ କୃଷ୍ଣଚନ୍ଦ୍ର ବାରିକ, ସଦସ୍ୟା ରାଜଶ୍ରୀ ଉପାଧ୍ୟାୟ ଓ ସୋନାଲି ଦାସଙ୍କ ନିକଟରେ ଶିଶୁ ମାନେ ଉପସ୍ଥିତ ହୋଇଥିଲେ। ପରିଦର୍ଶନ ସମୟରେ ଅଙ୍ଗନୱାଡ଼ି କର୍ମୀ ଚଞ୍ଚଳା ଜୁଆଙ୍ଗ, ଆଶା ଦିଦି ଦମୟନ୍ତୀ ଜୁଆଙ୍ଗ ଓ ସ୍ବେଛାସେବୀ ଶ୍ରୀମତୀ ଜୁଆଙ୍ଗ ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ। ଶିଶୁ ମଙ୍ଗଳ ସମିତିର ଏଭଳି ଅପହଞ୍ଚ ଗାଁକୁ ଯାଇ ଶିଶୁମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ପ୍ରଦାନ କରୁଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories