www.samajalive.in
Friday, December 12, 2025
14.1 C
Bhubaneswar

କମ୍ବୋଡିଆରେ ଫସିଥିବା ଦିନବନ୍ଧୁଙ୍କ ଘର‌ବାହୁଡା, ଆଜି ଭାରତରେ ପହଞ୍ଚିବେ

ଗୋପାଳପୁର : କମ୍ବୋଡିଆରେ ୨୫୦୦ ଶହ ଡଲାର ପାଇଁ ବନ୍ଦୀ ଭାବେ ରହିଥିବା ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ବନାଥପୁରର ଦିନବନ୍ଧୁ ସାହୁଙ୍କ ଘରବାହୁଡା ପାଇଁ ବାଟ ଫିଟିଥିବା ବେଳେ ଶନିବାର ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି । ଏଥିପାଇଁ ଆମେରିକାରେ ଓଡ଼ିଆଙ୍କ ପାଇଁ କାମ କରୁଥିବା ଗ୍ଲୋବାଲ ଓଡ଼ିଆ ଫାଉଣ୍ଡେସନ ପକ୍ଷରୁ ଦିନବନ୍ଧୁ ପାଇଁ କମ୍ବୋଡିଆରୁ କଲକତା ଫେରିବା ପାଇଁ ବିମାନ ଟିକଟ କରିଥିବା ସୂଚନା ମିଳିଛି। ବିଭିନ୍ନ ଗଣ ମାଧ୍ୟମରେ ଦିନବନ୍ଧୁଙ୍କ ବିଷୟରେ ଖବର ପ୍ରକାଶିତ ପରେ ଗ୍ଲୋବାଲ ଓଡ଼ିଆ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ବର୍ତ୍ତମାନ କାନାଡାର ଟେରେଣ୍ଟୋରେ ରହୁଥିବା ଆଇଟି ପ୍ରୋଫେସନାଲ ସଞ୍ଜୟ ଦଳାଇଙ୍କ ପକ୍ଷରୁ ଦିନବନ୍ଧୁଙ୍କ ସହ ଯୋଗାଯୋଗ କରାଯାଇ ସମସ୍ତ ବିଷୟ ବୁଝିବା ପରେ କମ୍ବୋଡିଆରୁ କଲୋକତା ଫେରିବା ପାଇଁ ବିମାନ ଟିକଟ ଦିନବନ୍ଧୁଙ୍କୁ ପ୍ରଦାନ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଶ୍ବନାଥପୁରର ଦିନବନ୍ଧୁ ସାହୁ  ଭିଏତନାମାରେ କମ୍ପ୍ୟୁଟର ଅପରଟେର ଭାବେ କାର୍ଯ୍ୟ କରିବା ନିମନ୍ତେ  ଗୁଜରାଟର ଏକ କମ୍ପାନୀ ୟୁନିକ ଏମ୍ପ୍ଲମେଣ୍ଟ ସର୍ଭିସ୍ ସହ ଯୋଗାଯୋଗରେ ଆସିଥିଲେ। ସେଠାକାର ଏଜେଣ୍ଟ ବିନୋଦ ପାଠକ ଭିଏତନାମର ଡେଲଟା କମ୍ପାନୀରେ କମ୍ପ୍ୟୁଟର ଅପରେଟର ଭାବେ  ମାସିକ ୯୦୦ ଡଲାରରେ କାମ କରାଇ ଦେବା ପାଇଁ ଦିନବନ୍ଧୁ ଠାରୁ ୧ଲକ୍ଷ ୫୦ହଜାର ଟଙ୍କା ଓ ଭିସା, ପାସପୋର୍ଟ ନେଇ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଫ୍ଲାଇଟ ଯୋଗେ ତାଙ୍କୁ ଗତ ଜୁଲାଇ ୨୫ ତାରିଖରେ ପ୍ରଥମେ ଭିଏତନାମ ପଠା ଯାଇଥିଲା। ପରେ ସେଠାରୁ କମ୍ବୋଡିଆ ନେଇ ସେଠାରେ ଏକ କମ୍ପାନୀରେ କାମ ଦେଇଥିଲା। ସେଠାରେ ଉକ୍ତ କମ୍ପାନୀ ଦୀନବନ୍ଧୁଙ୍କୁ ବିଭିନ୍ନ ସିମ୍ ଠକେଇ, କଲ୍ କରି ଓଟିପି ନେଇ ଠକେଇ ଭଳି କାର୍ଯ୍ୟରେ କିଛି ଦିନ ନିୟୋଜିତ କରିବା ପରେ ସେ ଏହିଭଳି କାର୍ଯ୍ୟ କରିବାକୁ ମନା କରିଦେଇଥିଲା। ସେ ଭାରତ ଫେରିଯିବେ ବୋଲି କହିବା ପରେ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଏକ କୋଠରୀରେ ବନ୍ଦୀ କରି ରଖିଥିବା ଦିନବନ୍ଧୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଥିଲେ। ସେଠାକାର କମ୍ପାନୀର ଏଜେଣ୍ଟ ୨୫ଶହ ଡଲାର ତାଙ୍କୁ ଦେଲେ ହିଁ ତାଙ୍କୁ ଘରକୁ ଫେରିବାକୁ  ଦେବେ ବୋଲି କହୁଥିବା ଦିନବନ୍ଧୁ କହିଥିଲେ ତାଙ୍କ ପାଖରେ କୌଣସି ଅର୍ଥ ନଥିବା ବେଳେ କମ୍ପାନୀ ତାଙ୍କୁ ଖାଇବା ଦେବା ବନ୍ଦ କରି ଦେବା ସହ ସେଠାକାର ଏକ ହୋଟେଲରେ ବନ୍ଦୀ ଭାବେ ରଖିଥିବା କହିଥିଲେ। ତାଙ୍କୁ  ଶୀଘ୍ର ସେଠାରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ  ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ଇତି ମଧ୍ୟରେ ଦିନବନ୍ଧୁଙ୍କ ପରିବାର ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ମାଧ୍ୟମରେ ସମସ୍ତ ବିଷୟ ଅବଗତ କରିଥିବା ବେଳେ,  ଶ୍ରୀ ପ୍ରଧାନଙ୍କ ପକ୍ଷରୁ ଦିନବନ୍ଧୁଙ୍କୁ ମୁକାଳାଇବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟ ଶଙ୍କରଙ୍କୁ ଚିଠି ଲେଖି ଥିଲେ। କିନ୍ତୁ ଏହା ପୂର୍ବରୁ ଗ୍ଲୋବାଲ ଓଡ଼ିଆ ଫାଉଣ୍ଡେସନ ପକ୍ଷରୁ ଗୁଜରାଟର ଜଣେ ସମାଜସେବୀଙ୍କୁ ଦିନବନ୍ଧୁଙ୍କ ବିଷୟରେ ଖବର ଦେବା ସହ ସେଠାକାର ୟୁନିକ ଏମ୍ପ୍ଲମେଣ୍ଟ ସର୍ଭିସର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ତୁରନ୍ତ ଦିନବନ୍ଧୁଙ୍କୁ ଘରକୁ ଫେରିବା ନେଇ ବ୍ୟବସ୍ଥା କରିବାକୁ ତାଗିଦ କରିଥିଲେ। ଯାହାଫଳରେ ୭ ତାରିଖ ଦିନ କମ୍ବୋଡିଆର ଜନୈକ ଏଜେଣ୍ଟ ଦିନବନ୍ଧୁ ରହୁଥିବା ହୋଟେଲରେ ପହଞ୍ଚି ୧୫୦୦ ଶହ ଡଲାର ଦେବା ସହ ଦିନବନ୍ଧୁଙ୍କ ପାଇଁ ବିମାନ ଟିକଟ ପ୍ରଦାନ କରିଥିଲେ। କିନ୍ତୁ ଦିନବନ୍ଧୁ ଫୋରମ୍ ପେଙ୍ଗ ବିମାନବନ୍ଦରରେ ପହଞ୍ଚିବାରେ ବିଳମ୍ବ ହେବାରୁ ୭ ତାରିଖରେ ବିମାନ ବନ୍ଦର ବାହାରେ ରହିବାକୁ ପଡ଼ିଥିଲା। ଏହା ପରେ ଆଉ ଏଜେଣ୍ଟ ପକ୍ଷରୁ କୌଣସି ବ୍ୟବସ୍ଥା ନହେବାରୁ ମନଦୁଃଖରେ ରହିଥିଲେ। ଏହି ସମୟରେ ଶୁକ୍ରବାର ସଞ୍ଜୟ ପକ୍ଷରୁ ଦିନବନ୍ଧୁଙ୍କ ସହ କଥାବାର୍ତ୍ତା ହୋଇ ତୁରନ୍ତ ତାଙ୍କ ନିମନ୍ତେ ବିମାନ ଟିକଟ କରିବା ବ୍ୟବସ୍ଥା କରିଥିଲେ। ଅନ୍ୟ ପଟେ ସଞ୍ଜୟଙ୍କ ପକ୍ଷରୁ ଘଟଣା ଜଣା ପଡ଼ିବା ପରେ ରାଜ୍ୟ ସରକାରଙ୍କ ସମେତ କେନ୍ଦ୍ର ସରକାର ଏବଂ ଗଞ୍ଜାମ ଜିଲ୍ଲାର କିଛି ବିଧାୟକ ସମେତ ଗୋପାଳପୁର ବିଧାୟକଙ୍କୁ ଇମେଲ କରି ସହାୟତା କରିବାକୁ ନିବେଦନ କରିଥିଲେ । କିନ୍ତୁ କୌଣସି ସ୍ଥାନରୁ କୌଣସି ପ୍ରତି ଉତ୍ତର ନମିଳିବାରୁ ତାଙ୍କ ପକ୍ଷରୁ ବିମାନ ଟିକଟର‌ ବ୍ୟବସ୍ଥା କରାଯାଇଥିଲା ବୋଲି ମତପୋଷଣ କରିଛନ୍ତି ।

Hot this week

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

Related Articles

Popular Categories