www.samajalive.in
Sunday, December 14, 2025
16.1 C
Bhubaneswar

ବାଂଲାଦେଶକୁ ସହଜରେ ହରାଇଲା ପାକିସ୍ତାନ

ଲାହୋର : ଚଳିତ ଏସିଆ କପ୍‌ର ସୁପର-୪ ପର୍ଯ୍ୟାୟ ବୁଧବାର ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍‌ରେ ସହଜରେ ବିଜୟୀ ହୋଇଛି ଆୟୋଜକ ପାକିସ୍ତାନ। ଫାଷ୍ଟବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବାଂଲାଦେଶକୁ ୭ ୱିକେଟରେ ପାକିସ୍ତାନ ପରାସ୍ତ କରିଛି। ସାକିବ୍ ଅଲ୍‌ ହାସନ୍ ଓ ମୁସ୍‌ଫିକୁର ରହିମ୍‌ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ୩୮.୪ ଓଭରରେ ୧୯୩ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ପରେ ଇମାମ୍‌-ଉଲ୍‌-ହକ୍ ଓ ମହମ୍ମଦ ରିଜ୍‌ୱାନଙ୍କ ଅର୍ଦ୍ଧଶତକ ବଳ​‌େ​‌ର ୩୯.୩ ଓଭରରେ ୩ ୱିକେଟ ହରାଇ ପାକିସ୍ତାନ ବିଜୟୀ ହୋଇଥିଲା। ଆସନ୍ତା ୯ରେ ବାଂଲାଦେଶ-ଶ୍ରୀଲଙ୍କା ମୁକାବିଲା ହେବ।
୧୯୪ ରନ୍‌ ଲକ୍ଷ୍ୟରେ ପାକିସ୍ତାନର ଓପ୍‌ନିଂ ଯୋଡ଼ି ୯ ଓଭରରେ ୩୫ ରନ୍‌ କରିବା ପରେ ଫଖର ଜମାନ୍ ୩ଟି ଚୌକା ସହ ୨୦ ରନ୍‌କରି ବିଦାୟ ନେଇଥିଲେ। ଦଳର ରନ୍‌ ମେସିନ୍ ତଥା ଅଧିନାୟକ ବାବର ଆଜମ୍‌ ୧୭ ରନ୍‌କରି ଆଉଟ୍‌ ହୋଇଥିଲେ। ୭୪ ରନ୍‌ରେ ପାକିସ୍ତାନ ୨ଟି ୱିକେଟ ହରାଇବା ପରେ ଇମାମ୍‌-ଉଲ୍‌-ହକ୍ ଓ ମହମ୍ମଦ ରିଜ୍‌ୱାନ ୮୫ ରନ୍‌ର ଭାଗିଦାରୀ କରି ବାଂଲାଦେଶକୁ ମ୍ୟାଚ୍‌କୁ ଫେରିବାର ସୁଯୋଗ ଦେଇନଥିଲେ। ଏହି କ୍ରମରେ ଦୁହେଁ ଅର୍ଦ୍ଧଶତକ ହାସଲ କରିଥିଲେ। ବାମହାତି ଇମାମ୍‌ ୮୪ ବଲ୍‌ରୁ ୪ଟି ଛକା ଓ ୫ଟି ଚୌକା ସହ ୭୮ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ରିଜ୍‌ୱାନ୍ ଓ ଆଗା ସଲ୍‌ମାନ ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ। ରିଜ୍‌ୱାନ ୭୯ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୬୩ ରନ୍‌କରି ଅପରାଜିତ ଥିଲେ। ସଲ୍‌ମାନ ୧୨ ରନ୍‌କରି ଅପରାଜିତ ରହିଥିଲେ। ହାରିସ୍ ରୌଫ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ବାଂଲାଦେଶ ବ୍ୟାଟିଂ କରିଥିଲା। ୨ୟ ଓଭରର ପ୍ରଥମ ବଲ୍‌ରେ ଆଉଟ୍‌ ହୋଇ ଯାଇଥିଲେ ଗତ ମ୍ୟାଚ୍‌ର ଶତକ ହାସଲକାରୀ ମେହ୍‌ଦି ହାସନ୍ ମିରାଜ୍‌। ଫର୍ମରେ ଥିବା ନଜ୍‌ମୁଲ ହୋସେନ୍ ଶାନ୍ତୋଙ୍କ ସ୍ଥାନରେ ଖେଳିଥିବା ଲିଟନ୍ ଦାସ ୪ଟି ଦର୍ଶନୀୟ ଚୌକା ସହ ୧୬ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ପରେ ପାକିସ୍ତାନର ଫାଷ୍ଟବୋଲର ହାରିସ୍ ରୌଫ୍‌ ତାଙ୍କ ପ୍ରଥମ ୨ ଓଭରରେ ୨ଟି ୱିକେଟ ନେଇ ଯାଇଥିଲେ। ମହମ୍ମଦ ନଇମ୍ ୨୫ ବଲ୍‌ରୁ ୪ଟି ଚୌକା ସହ ୨୦ ରନ୍‌କରି ବିଦାୟ ନେଇଥିଲେ। ରୌଫ୍‌ଙ୍କ ୨ୟ ଓଭରରେ ୨ ରନ୍‌କରି ବୋଲ୍‌ଡ ହୋଇଥିଲେ ତୌହିଦ୍ ହୃଦୟ। ୪୭ ରନ୍‌ରେ ୪ଟି ୱିକେଟ ହରାଇ ବାଂଲାଦେଶ ଦଳ ଦୟନୀୟ ସ୍ଥିତିରେ ଥିଲା। ଏହି ସମୟରେ କ୍ରିଜ୍‌ରେ ଏକାଠି ହୋଇଥିଲେ ଦଳର ଦୁଇ ସବୁଠାରୁ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ ସାକିବ୍ ଅଲ୍‌ ହାସନ୍ ଓ ମୁସ୍‌ଫିକୁର ରହିମ୍‌। ଦୁହେଁ ୨୦ ଓଭର କ୍ରିଜ୍‌ରେ ରହି ୫ମ ୱିକେଟ ପାଇଁ ଠିକ୍‌ ୧୦୦ ରନ୍‌ ଯୋଡ଼ିଥିଲେ। ବାମହାତି ସାକିବ୍ ୫୭ ବଲ୍‌ରୁ ୭ଟି ଚୌକା ସହ ୫୩ ରନ୍‌ କରିଥିଲେ। ସମିମ୍ ହୋସେନ୍ ୧୬ ରନ୍‌କରି ଆଉଟ୍‌ ହୋଇଥିଲେ। ସମିମ୍ ଆଉଟ୍‌ ହେବା ସହ ୧୯ ରନ୍‌ରେ ବାଂଲାଦେଶ ଶେଷ ୫ଟି ୱିକେଟ ହରାଇ ୧୯୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲେ। ମୁସ୍‌ଫିକୁର ରହିମ୍‌ ୮୭ ବଲ୍‌ରୁ ୫ଟି ଚୌକା ସହ ୬୪ ରନ୍‌ କରିଥିଲେ। ହାରିସ୍ ରୌଫ୍‌ ୪ଟି ଓ ନସିମ୍ ଶାହା ୩ଟି ୱିକେଟ ନେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories