www.samajalive.in
Wednesday, December 10, 2025
23.1 C
Bhubaneswar

ଦୀପତଳ ଅନ୍ଧାର ; ଜଟଣୀ-ତଳଖେତା ଦେଇ ସିଟି ବସ୍‍ କେବେ?

ଜଟଣୀ : ଭୁବନେଶ୍ୱର ଉପକଣ୍ଠ ଜଟଣୀ ସହରର ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବେ ସୁନାମ ଅର୍ଜନ କରିଥିବା ଜଟଣୀ ଏବେ ରାଜ୍ୟର ଉଚ୍ଚ ତଥା ବୈଷୟିକ ଶିକ୍ଷାର ଅନ୍ୟତମ କେନ୍ଦ୍ରସ୍ଥଳ ପାଲଟିଛି। ଜଟଣୀ ସହରଠାରୁ ଅଳ୍ପ ଦୂରରେ ସ୍ଥାପନ କରାଯାଇଛି ଭୁବନେଶ୍ୱର ଆଇଆଇଟି ଓ ନାଇଜର ଭଳି ପ୍ରମୁଖ ଶିକ୍ଷା ଅନୁଷ୍ଠାନ। ସେହିପରି ସହର ମଧ୍ୟରେ ରହିଛି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ। ପୁଣି ଜଟଣୀ ନିର୍ବାଚନ ମଣ୍ଡଳୀରେ ରହିଛି ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନ(ଏଆଇଆଇଏମଏସ) ଜାତୀୟ ସ୍ତରର ସ୍ବାସ୍ଥ୍ୟ ପ୍ରତିଷ୍ଠାନ। କିନ୍ତୁ ଏଠାକୁ ଯୋଗାଯୋଗର ବ୍ୟବସ୍ଥା ନାହିଁ।
ତେବେ ଦୀପତଳ ଅନ୍ଧାର ଭଳି ଜଟଣୀ ସହରକୁ ଯୋଗାଯୋଗ କ୍ଷେତ୍ରରେ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରରୁ ବରମୁଣ୍ଡା ଦେଇ ଅବା ମାଷ୍ଟର କ୍ୟାଣ୍ଟିନରୁ ଭୁବନେଶ୍ୱର ସହର ଦେଇ ଜଟଣୀ ଯିବାକୁ ପ୍ରାୟତଃ ବସ୍‍ ସୁବିଧା ନାହିଁ। ରାଜ୍ୟ ସରକାର ସିଟିବସ୍‍ ଓ ପରେ ମୋ ବସ୍‍ ସେବା ଆରମ୍ଭ କରିଥିଲେ ମଧ୍ୟ ଜଟଣୀକୁ ଏଥିରୁ ବାଦ ଦେଇଥିବା ଅଭିଯୋଗ ହୋଇଛି।
ଖୋର୍ଦ୍ଧାରୋଡ ରେଳ ଷ୍ଟେସନ ବା ଜଟଣୀରୁ ହରିଭାଇନା ଛକ, ତଳଖେତା, ଜାଆଁଳା, ତମାଣ୍ଡୋ ଏବଂ ଏମ୍‍ସ ଦେଇ ଭୁବନେଶ୍ୱରକୁ ବସ ଚଳାଚଳ ପାଇଁ ବାରମ୍ବାର ଦାବି ସତ୍ତ୍ବେ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। କାରଣ ୧୬ନଂ ଜାତୀୟ ରାଜପଥରୁ ଏହି ରୁଟ ଦେଇ ବସ୍‍ ଚଳାଚଳ କଲେ ସଂପୃକ୍ତ ଅଞ୍ଚଳର ଅନେକ ଲୋକ ଉପକୃତ ହୋଇ ପାରିବେ। ବିଶେଷ କରି ୧୬ନଂ ଜାତୀୟ ରାଜପଥରୁ ଜଟଣୀ ଗେଟ୍ ଦେଇ କମ୍ ସମୟରେ ଏହି ରାସ୍ତାରେ ଜଟଣୀରେ ପହଞ୍ଚି ହେବ।
ଏ ନେଇ ଯୁବ ସମାଜସେବୀ ତଥା ଜଟଣୀ ଆଇନଜୀବୀ ସଂଘର ପୂର୍ବତନ ସଭାପତି ସୁବାଶ କୁମାର ଶତପଥୀ, ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଦେବ ଓ ରଘୁନାଥ ଦେବ ଜୀଉ ସେବା ସଂଘ ପକ୍ଷରୁ ୨୦୧୫ ମସିହାରେ ଡ୍ରିମଟିମ୍‍ ସାହାରାର ଚେୟାରମ୍ୟାନଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ଆଗକୁ ନୂଆ ବସ୍‍ ଆସିଲେ ଏ ନେଇ ବିଚାର କରାଯିବ ବୋଲି ଡ୍ରିମଟିମ୍‍ ସାହାରାର ଚେୟାରମ୍ୟାନ ମଧ୍ୟ ଲିଖିତ ପ୍ରତିଶ୍ରୁତି  ଦେଇଥିଲେ। କିନ୍ତୁ ଏବେ ମୋ ବସ୍‍ ଯୋଜନାରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳକୁ  ନୂଆ ବସ୍ ଚଳାଚଳ କରୁଥିଲେ ମଧ୍ୟ ଏଥି ପ୍ରତି ଧ୍ୟାନ ଦିଆଯାଇ ନାହିଁ । ଯଦିଓ ଭୁବନେଶ୍ୱରରୁ ସିନ୍ଦୁରପଦା ଦେଇ ଖୋର୍ଦ୍ଧା ବାଇପାସ୍ ପର୍ଯ୍ୟନ୍ତ ମୋ ବସ୍‍ ଚଳାଚଳ କରୁଛି । ତେବେ ଜଟଣୀରୁ ହରିଭାଇନା ଛକ, ତଳଖେତା, ଜାଆଁଳା ଏବଂ ଏମ୍‍ସ ଦେଇ ଭୁବନେଶ୍ୱରକୁ ସିଟି ବସ୍‍ ଚଳାଚଳ ନ କରିବାରୁ ସଂପୃକ୍ତ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories