www.samajalive.in
Wednesday, December 10, 2025
23.1 C
Bhubaneswar

ଡାକ୍ତରଖାନା ଗେଟରୁ ଭୁଶୁଡ଼ିଲା ଟାଇଲ୍ସ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ

ଘସିପୁରା : ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବୁଧବାର ଏକ ଅଘଟଣ ଘଟିଛି। ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ବାମପାର୍ଶ୍ବ ମୁଖ୍ୟ ପ୍ରବେଶ ପଥର ଗେଟ୍‍ ବା ତୋରଣରୁ ଟାଇଲ୍ସ ଗୁଡ଼ିକ ଭୁଶୁଡ଼ି ପଡ଼ିଛି। ତେବେ ସୌଭାଗ୍ୟ ବସତଃ ତାହା କୌଣସି ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କ ଉପରେ ଯଦିଓ ପଡ଼ିନଥିଲା କିନ୍ତୁ ଏହି ଘଟଣା ସେହି ଗେଟ୍‍ ଦେଇ ଯାଉଥିବା ଲୋକଙ୍କୁ ଆତଙ୍କିତ କରିଥିଲା। ଏହି ଘଟଣା ପରେ ଡାକ୍ତରଖାନା କର୍ତ୍ତୁପକ୍ଷ ଉକ୍ତ ଗେଟରେ ତାଲା ପକାଇ ଦେଇଛନ୍ତି। ଅପରପକ୍ଷେ ଏହି ଘଟଣାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାତ୍ର କେଇ ମାସ ତଳେ ନିର୍ମିତ ଏହି ଗେଟରୁ ଟାଇଲ କିଭଳି ଖସି ପଡ଼ୁଛି ଓ ଅନ୍ୟ ଗେଟ୍‍ଟି ମଧ୍ୟ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଛି। ଠିକାଦାର ଓ ବିଭାଗୀୟ କର୍ତ୍ତୁପକ୍ଷଙ୍କ ସଲାସୁତୁରାରେ ତରବରିଆ ଭାବେ ଏକସଙ୍ଗରେ ଗତ ବର୍ଷ କରାଯାଇଥିବା କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଠିକା କାମର ମାନ କିଭଳି ଏହା ତାହାର ଉଦାହରଣ ବୋଲି ବୁଦ୍ଧିଜିବୀଙ୍କ ମହଲରେ ମତ ପ୍ରକାଶ ପାଇଛି। ଏନେଇ ଦେହ ଅସୁସ୍ଥ ଥିବା କହି ଡାକ୍ତରଖାନା ସୁପରିଟେଣ୍ଡେଣ୍ଟ ଧନେଶ୍ୱର ସେଠୀ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ମରାମତି କରାଯିବ କହି ମୁଣ୍ଡରୁ ଦୋଷଖସାଇବାକୁ ଉଦ୍ୟମ କରିଛନ୍ତି ପୁର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ସମୀର ଅଧିକାରୀ।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories