ଭୁବନେଶ୍ବର: ପୁରୀ କେନାଲରେ ବୁଡ଼ି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ବାଲିଅନ୍ତା ରଙ୍ଗବଜାର ନିକଟ ପୁରୀ କେନାଲକୁ ଗାଧୋଇବାକୁ ଆସିଥିବା ବେଳେ ନାବାଳକ ଜଣକ ଭାସିଯାଇଛନ୍ତି। ନିଖୋଜ ନାବାଳକ ଝାରପଡ଼ା ଅଞ୍ଚଳର ଜୟଦେବ ପ୍ରସାଦ(୧୭) ବୋଲି ଜଣାପଡ଼ିଛି। ଅନେକ ଖୋଜାଖୋଜି ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କ ପତ୍ତା ମିଳିପାରିନାହିଁ। ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି।
Popular Categories



