www.samajalive.in
Sunday, December 14, 2025
26.1 C
Bhubaneswar

ବ୍ଲକ ଅଧ୍ୟକ୍ଷାଙ୍କୁ ସମସ୍ୟା ଜଣାଇଲେ ଗ୍ରାମବାସୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବନ୍ଧଗଡ଼ ପଂଚାୟତ ୧୧ ନମ୍ବର ୱାର୍ଡରେ ରହିଛି ମନୁଆବାଡ଼ି ଗାଁ। ଗାଁଟି ଦୀର୍ଘ ବର୍ଷ ହେବ ରାଜସ୍ୱ ଗାଁର ମାନ୍ୟତା ପାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଗ୍ରାମବାସୀ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଜୀବନଯାପନ କରି ଆସୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏହି ଗ୍ରାମବାସୀଙ୍କ ପାଇଁ ସପନ ପାଲଟିଛି। ବାରମ୍ବାର ଗ୍ରାମବାସୀ ଗାଁର ସମସ୍ୟା ବିଷୟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇ ପାରି ନାହିଁ। ଗାଁରେ ପ୍ରଥମିକ ବିଦ୍ୟାଳୟ ତ ଦୂରର କଥା ଗାଁରେ ଅଙ୍ଗନବାଡି କେନ୍ଦ୍ରଟିଏ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ ଯାହା ଫଳରେ ଗାଁର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ଥିବା କରଣ୍ଡା ଗଡ଼ ଗାଁରେ ଥିବା ଅଙ୍ଗନବାଡିକୁ ଯିବାକୁ ପଡୁଛି। ଅନ୍ୟପଟେ ଗାଁକୁ ଯିବାକୁ ଭଲ ରାସ୍ତା ଟିଏ ନଥିବାରୁ ଗାଁ ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ସବୁ ସମସ୍ୟାକୁ ନେଇ ଫିରିଙ୍ଗିଆ ବ୍ଲକ କାର୍ଯ୍ୟଳୟକୁ ଆସି ବ୍ଲକ ଅଧ୍ୟକ୍ଷା ନମିତା କହଁରଙ୍କୁ ନିଜ ଅଞ୍ଚଳର ସମସ୍ୟା ଜଣାଇବା ସହ ଆଲୋଚନା କରିଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories