www.samajalive.in
Sunday, December 14, 2025
19.1 C
Bhubaneswar

ହରଡ ଯୋର ନାଳରେ ନର୍ଦ୍ଦମା ପାଣି ମିଶିବାକୁ ବିରୋଧ

ସମ୍ବଲପୁର: ସମ୍ବଲପୁରର କମିଶନର କଲୋନୀ ହାଇସ୍କୁଲ ପଛ ପଟରେ ନିର୍ମିତ ଧୋବିଜୋର ବନ୍ୟାଜଳ ନିଷ୍କାସନ ପ୍ରକଳ୍ପ ମାଧ୍ୟମରେ ସହରର ଆବର୍ଜନା ଓ ନର୍ଦ୍ଦମା ପାଣି ହରଡ ଯୋର ନାଳରେ ସିଧାସଳଖ ମିଶୁଛି। ହରଡ ଯୋର ନାଳ ଉପରେ ଗୋବିନ୍ଦତୋଲା, ଧନୁପାଲି, ମାଳତି ଯୋର, ଖଣ୍ଡୁଆଳ ପର୍ଯ୍ୟନ୍ତ ହଜାର ହଜାର ବ୍ୟକ୍ତି ପ୍ରତ୍ୟହ ନିର୍ଭରଶୀଳ। ଏହାର ପାଣି ନିୟମିତ ନିତ୍ୟ ବ୍ୟବହାର୍ଯ୍ୟ ସହିତ ଖାଇବା ଓ ଗାଧୋଇବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ନର୍ଦ୍ଦମା ପାଣି ମିଶୁଥିବାରୁ ଏହି ଜଳ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଚର୍ମ ରୋଗ, ଯକ୍ଷ୍ମା ଭଳି ରୋଗ ବ୍ୟାଧି ଦେଖା ଦେବାରେ ଲାଗିଛି। ଏଣୁ ଅଞ୍ଚଳବାସୀ ଅନେକବାର ଜିଲା ପ୍ରଶାସନ ନିକଟରେ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରି ସାରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ। ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଧ୍ୟାନରେ ରଖି ତୁରନ୍ତ ଏଠାରେ ଏକ ଆନିକଟ ଓ ନର୍ଦ୍ଦମା ପାଣିକୁ ଫିଲଟର କରିବାର ବ୍ୟବସ୍ଥା କରାଗଲେ ଲୋକେ ରୋଗ ବ୍ୟାଧିରୁ ମୁକ୍ତ ହେବେ ବୋଲି ସାଧାଣରେ ଦାବୀ କରାଯାଉଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories