www.samajalive.in
Sunday, December 14, 2025
26.1 C
Bhubaneswar

ଅଜଣା ଶବ ଦାହ କଲା ସମ୍ବଲ

ସମ୍ବଲପୁର: ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ବଲ ପକ୍ଷରୁ ୩ଟି ଅଜଣା ଶବର ଅନ୍ତିମ ସଂସ୍କାର କରାଯାଇଛି। ଭୀମସାର ବୁର୍ଲା ଫାଣ୍ଡି ତରଫରୁ ୨ଟି ଅଜଣା ଶବ ହସ୍ତାନ୍ତରିତ କରାଯାଇଥିବା ବେଳେ ସମ୍ବଲପୁରର ସଦର ଥାନା ପକ୍ଷରୁ ଗୋଟିଏ ଅଜଣା ଶବ ଅନୁଷ୍ଠାନକୁ ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତରିତ କରାଯାଇଥିଲା। ସ୍ୱର୍ଗରଥ ସାହାଯ୍ୟରେ ଶବ ଗୁଡିକୁ ମନ୍ଦଲିଆ ସ୍ଥିତ ରାଜଘାଟକୁ ଅଣାଯାଇ ସମ୍ମାନର ସହିତ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ମାନବୀୟ ସେବା କାର୍ଯ୍ୟରେ ରାମଦାସ ପଣ୍ଡା, ସୌରୀ ପାଣିଗ୍ରାହୀ, ଆନନ୍ଦ ଅଜାଡିୱାଲ ଓ ମୁକେଶ ବିଶି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ଗୋଟିଏ ଅଜଣା ଶବର ମାଉସୀ ପୁତ୍ର ଅଜୟ କୁମାର ତାଣ୍ଡି ଆଜି ସନ୍ଧ୍ୟା ସମୟରେ ପହଂଚି ମୃତକଙ୍କ ନାମକ ଦେବୀ ପ୍ରସାଦ ପାତ୍ର (୫୦) ଏବଂ ସେ ବରଗଡ଼ ଜିଲା ନିବାସୀ ବୋଲି ପରିଚୟ ପ୍ରଦାନ କରିଥିଲେ। ଏହା ପରେ ତାଙ୍କୁ ସହାୟତା କରି ମୃତକ ଦେବୀପ୍ରସାଦଙ୍କ ଅସ୍ତି ନେଇ ଅଜୟ ଫେରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories