www.samajalive.in
Saturday, December 13, 2025
18.1 C
Bhubaneswar

ଗୁରୁ ଦିବସରେ ‘ମାଲବୀୟ ମିଶନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ପବିତ୍ର ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀଠାରେ ‘ମାଲବୀୟ ମିଶନ’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ କାପାସିଟି ବିଲଡିଂ ବୃଦ୍ଧି ପାଇଁ ଦେଶବ୍ୟାପୀ ନିରନ୍ତର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମାଲବୀୟ ମିଶନ’ର ଶୁଭାରମ୍ଭ କରାଯାଇଛି।

ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଏହି ମିଶନ ଦ୍ୱାରା ସମଗ୍ର ଭାରତ ବର୍ଷରେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ୧୧୧ଟି ମାଲବୀୟ ମିଶନ କେନ୍ଦ୍ର ମାଧ୍ୟମରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ୧୫ ଲକ୍ଷ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପ୍ରାଧ୍ୟାପକମାନଙ୍କର କ୍ଷମତା ବୃଦ୍ଧି କରିବା ପାଇଁ ତାଲିମ ଦିଆଯିବ । ଏହାଦ୍ୱାରା ସେମାନଙ୍କର କାର୍ଯ୍ୟ କ୍ଷେତ୍ରରେ ବିକାଶ ହେବ । ଭାରତୀୟ ମୂଲ୍ୟବୋଧକୁ ଗଭୀର ଭାବରେ ବୁଝିବା ସହିତ ଆମର ଶିକ୍ଷକମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ମିଶନ ଆରମ୍ଭ କରାଯାଇଛି । ଶିକ୍ଷକଙ୍କ ପ୍ରଶିକ୍ଷଣରେ ଗୁଣାତ୍ମକ ମାନ ବଢାଇବା, ଶିକ୍ଷକମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି କରିବା ଏବଂ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟକୁ ବାସ୍ତବ ରୂପ ଦେବା ଏହି ମିଶନର ଲକ୍ଷ୍ୟ ରହିଛି । ଶିକ୍ଷକଙ୍କ କ୍ୟାରିୟର ମାର୍ଗକୁ ଆଗକୁ ନେବା ପାଇଁ ମାଲବୀୟ ମିଶନ ଅଧୀନରେ କାପାସିଟି ବିଲ୍‌ଡିଂକୁ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ମଧ୍ୟ ମ୍ୟାପିଂ କରାଯିବ । ଶିକ୍ଷକଙ୍କ ବିକାଶ ପାଇଁ ଭାରତ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

- Advertisement -

ଦେଶର ସାମାଜିକ ସମରସତା, ସମ୍ବିଧାନ ଓ ପ୍ରଜାତନ୍ତ୍ର ପ୍ରତି ପ୍ରତିବଦ୍ଧତାର ମୂଳ ପ୍ରୟୋଗଶାଳା ହେଉଛି ଶିକ୍ଷା । ମଦନ ମୋହନ ମାଲବୀୟଙ୍କ ଭଳି ଆମର ମହାପୁରୁଷମାନେ ସବୁବେଳେ ଶିକ୍ଷା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଛନ୍ତି । ସମାଜ ଓ ଶିକ୍ଷାର ଅନନ୍ୟ ସମ୍ପର୍କ ରହିଛି। ଯେଉଁ ସମାଜ ଗଭୀର ଭାବରେ ଚିନ୍ତା କରିବା ନାହିଁ, ଗବେଷଣା କରିବ ନାହିଁ ତେବେ ସେ ସୃଜନଶୀଳ ହୋଇପାରିବ ନାହିଁ । ଏହାଦ୍ୱାରା ସମାଜର ଅଗ୍ରଗତି ମଧ୍ୟ ହୋଇପାରିବ ନାହିଁ । ଚନ୍ଦ୍ରଯାନ-୩ ଅଭିଯାନରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସମାଜକୁ ବୈଜ୍ଞାନିକ ଓ କୁଶଳୀ କରିବା ହେଉଛି ଶିକ୍ଷା ମାଧ୍ୟମରେ ଶିକ୍ଷକଙ୍କର ଦାୟିତ୍ୱ । ଆମ ଶିକ୍ଷା ସମାଜର ଦାୟିତ୍ୱ ଦୁନିଆର ସବୁ ବିଷୟ ଜାଣିବା ଏବଂ ସେ ସବୁକୁ ଛାତ୍ରଛାତ୍ରୀଙ୍କୁ ଜଣାଇବା । ଦେଶକୁ ବୈଜ୍ଞାନିକ, ଆଧୁନିକ, ବିକଶିତ ଭାରତରେ ପରିଣତ କରିବା ପାଇଁ ହେଲେ ପ୍ରଥମ ରଣନୀତି ହେଉଛି ଶିକ୍ଷା ବ୍ୟବସ୍ଥାକୁ ମଜଭୂତ କରିବାକୁ ହେବ । ଶିକ୍ଷକଙ୍କ କାପାସିଟି ବଲଡିଂ ବଢାଇବାକୁ ହେବ । ତେବେ ଯାଇ ସମାଜ ଆଗକୁ ବଢିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories