www.samajalive.in
Monday, December 15, 2025
16.1 C
Bhubaneswar

ସେପ୍ଟେମ୍ବର ଶେଷ ଯାଏ ଚାଲିବ ବିଶେଷ ଟ୍ରେନ

ଭୁବନେଶ୍ବର : ଚଳିତ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଭଞ୍ଜପୁର-ପୁରୀ-ଭଞ୍ଜପୁର (ବାରିପଦା) ଏବଂ ସାନ୍ତ୍ରାଗଛି -ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ ଚଳାଚଳ କରିବ। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ସାନ୍ତ୍ରାଗଛି-ପୁରୀ ଏବଂ ପୁରୀ-ଭଞ୍ଜପୁର-ପୁରୀ ବିଶେଷ ଟ୍ରେନଗୁଡିକର ସେବାକୁ ଆଉ ଏକ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।
ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗଛିରୁ ଏବଂ ପ୍ରତ୍ୟେକ ଶନିବାର ଦିନ ପୁରୀରୁ ଛାଡୁଥିବା ୦୨୮୩୭/୦୨୮୩୮ ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ଭଞ୍ଜପୁର (ବାରିପଦା) -ପୁରୀ-ଭଞ୍ଜପୁର ବିଶେଷ ଟ୍ରେନ ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁରରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାରରେ ପୁରୀ ଛାଡୁଥିବା ୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ- ଭଞ୍ଜପୁର ଦ୍ୱି-ସାପ୍ତାହିକ ସ୍ପେଶାଲ ଟ୍ରେନ ୧ ଅକ୍ଟୋବର ପର୍ଯ୍ୟନ୍ତ ଚଳାଚଳ କରିବ। ଉପରୋକ୍ତ ଟ୍ରେନ୍ ପାଇଁ ବିଭିନ୍ନ ସ୍ଥାନରେ (ଷ୍ଟେସନରେ) ନିର୍ଦ୍ଧାରିତ ରହଣି ଏବଂ ସମୟ ସାରଣୀ ଅପରିବର୍ତ୍ତିତ ରହିବ।
ଟ୍ରେନର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା : ଦକ୍ଷିଣ ପୂର୍ବ ରେଳ ଅନ୍ତର୍ଗତ ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ଗୋଇଲକେରା ଷ୍ଟେସନରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଏବଂ ଇସ୍ପାତ ଏକ୍ସପ୍ରେସର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଛି। ହାୱଡ଼ାରୁ ଛାଡୁଥିବା ୧୨୮୭୧ ହାୱଡ଼ା-ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ ଗତ ୨ ତାରିଖ ଠାରୁ ଗୋଇଲକେରାରେ ପୂର୍ବାହ୍ନ ୧୧ଟା.୫୦ମି.ରେ ପହଞ୍ଚି ୧୧ଟା.୫୧ମି.ରେ ଟିଟିଲାଗଡ଼ ଯାତ୍ରା କରୁଛି। ଟିଟିଲାଗଡ଼ରୁ ଛାଡୁଥିବା ୧୨୮୭୨ ଟିଟିଲାଗଡ-ହାୱଡ଼ା ଇସ୍ପାତ ଏକ୍ସପ୍ରେସ ୩ ସେପ୍ଟେମ୍ବର ଠାରୁ ଅପରାହ୍ନ ୧୨ଟା ୨୧ ମି.ରେ ପହଞ୍ଚି ଅପରାହ୍ନ ୧୨ଟା.୨୨ମି.ରେ ହାୱଡ଼ା ଯାତ୍ରା କରୁଛି। ୧୮୪୭୭/୧୮୪୭୮
ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଗୋଇଲକେରା ଷ୍ଟେସନ ଠାରେ ୩ ସେପ୍ଟେମ୍ବରଠାରୁ ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ଯୋଗାଇ ଦେଉଛି। ପୁରୀରୁ ଏହି ଟ୍ରେନ୍ ସକାଳ ୭ଟା.୩୯ମି.ରେ ପହଞ୍ଚି ଏବଂ ସକାଳ ୭ଟା.୪୦ମି.ରେ ଋଷିକେଶ ଅଭିମୁଖେ ଯାତ୍ରା କରିବ। ଋଷିକେଶରୁ ଏହି ଟ୍ରେନ୍ ଅପରାହ୍ନ ୪ଟା.୧୨ମି.ରେ ପହଞ୍ଚି ଅପରାହ୍ନ ୪ଘ.୧୩ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories