www.samajalive.in
Sunday, December 14, 2025
19.1 C
Bhubaneswar

ଶାଳବଣର କବି ସାମ୍ବାଦିକ ଗୌରବ ଗିରୀଶ ନନ୍ଦଙ୍କ ଶ୍ରାଦ୍ଧବାର୍ଷିକ

କାମାକ୍ଷାନଗର :  କାମାକ୍ଷାନଗର ସହରର ସର୍ବ ପୁରାତନ କଳ୍ପନା କ୍ଲବରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ, କଳ୍ପନା କ୍ଲବ ଓ ସମାଜ ପାଠକ ବିଚାର ମଞ୍ଚର ମିଳିତ ଆନୁକୂଲ୍ୟରେ ଶାଳବଣର କବି ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକ ପାଳିତ ହୋଇ ଯାଇଛି। ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ଲବର ଉପସଭାପତି ତଥା ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରି ସ୍ୱର୍ଗତ ନନ୍ଦଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରି ଯୁବ ସାମ୍ବାଦିକ ମାନେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ପଣ୍ଡିତ ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ନନ୍ଦ ଏକାଧାରରେ ଜଣେ ସମାଜସେବୀ, ସାମ୍ବାଦିକ ଓ ସାହିତ୍ୟିକ ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ ବୋଲି କହିଥିଲେ। ସମାଜ ପାଠକ ବିଚାର ମଞ୍ଚର ବରିଷ୍ଠ ଉପଦେଷ୍ଟା ମେଜର ପ୍ରଭାତ କୁମାର ଦାଶ, ଶିଳ୍ପୀ ପରେଶ ପଟ୍ଟନାୟକ, ଶିଳ୍ପୀ ନାରାୟଣ ଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଡକ୍ଟର ପ୍ରମୋଦ କୁମାର ନାୟକ, କାମାକ୍ଷାନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ମଙ୍ଗୁଳୁ ନାଏକ ପ୍ରମୁଖ ସ୍ବର୍ଗତ ନନ୍ଦଙ୍କ କର୍ମମୟ ଜୀବନ ଉପରେ ନିଜ ନିଜର ମତ ପ୍ରକାଶ କରିଥିଲେ। ଏଇ ଅବସରରେ ଅନୁଷ୍ଠିତ କବିତା ପାଠତ୍ସବରେ ସନ୍ତୋଷ କୁମାର ମିଶ୍ର, ଦେବୀ ପ୍ରସାଦ ନାୟକ, ସୁରେନ୍ଦ୍ର ପୃଷ୍ଟି, ଭାସ୍କର ଚନ୍ଦ୍ର ରାଉଳ, ପ୍ରମୋଦ କୁମାର ନାୟକ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ। ପ୍ରାରମ୍ଭରେ ସ୍ବର୍ଗତ ନନ୍ଦଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସାମ୍ବାଦିକ ସଂଘର ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ରଙ୍କ ତତ୍ୱାବଧାନରେ ନିରଞ୍ଜନ ସାହୁ କାର୍ଯ୍ୟକ୍ରମ  ସଂଯୋଜନା କରିଥିଲେ। ପାଠକ ବିଚାର ମଞ୍ଚର ସଂପାଦକ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ। ସଦସ୍ୟ ଅଧ୍ୟାପକ ରଶ୍ମି ରଞ୍ଜନ ସେନାପତି, ପ୍ରମୋଦ କୁମାର ସ୍ୱାଇଁ, ରସାନନ୍ଦ ଦେହୁରୀ, ମଧୁସୂଦନ ରାଉତ, ଶକ୍ତି ପ୍ରସାଦ ଦାଶ, ସୋମ୍ୟରଞ୍ଜନ ନାୟକ, ଦିଲ୍ଲୀପ କୁମାର ନାୟକ, ଦୈତାରୀ ବେହେରା, ସୁମନ୍ତ କୁମାର ଜେନା, ସୁଧୀର କୁମାର ଜେନା, ପ୍ରତାପ କୁମାର ବାରିକ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories