www.samajalive.in
Sunday, December 14, 2025
19.1 C
Bhubaneswar

୯ମାସର ଗର୍ଭବତୀ ବଧୂକୁ ହତ୍ୟା ଅଭିଯୋଗ, ଶ୍ୱଶୁର ବିଚିତ୍ର ଓ ସ୍ୱାମୀ ପ୍ରଶାନ୍ତ ଥାନାରେ ଅଟକ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ପଞ୍ଚାୟତ ଅଧିନ ଜେନାପଦାଦେଶ ଗ୍ରାମରେ ଜଣେ ୯ମାସର ଗର୍ଭବତୀ ବୋହୂକୁ ଶ୍ୱଶୁର ଘର ଲୋକ ମାରି ଟାଙ୍ଗି ଦେଇଥିବା ଆଠଗଡ ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯୋଗ୍ୟ ୨୦୨୨ମସିହା ଏପ୍ରିଲ ୨୫ତାରିଖରେ ଖୁଣ୍ଟୁକଟା ପଞ୍ଚାୟତ ଅନ୍ତର୍ଗତ ରାଧାମୋହନପୁର ଗ୍ରାମର ନିରଞ୍ଜନ ରାଉତଙ୍କ ଝିଅ ପୂଣ୍ଣିମା(୨୦)ଙ୍କ ସହିତ ଜେନାପଦା ଗ୍ରାମର ବିଚିତ୍ର ରାଉତଙ୍କ ପୁଅ ପ୍ରଶାନ୍ତ ରାଉତଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ ଯୌତୁକ ବାବଦକୁ ୫୦ହଜାର ଟଙ୍କା, ସୁନା ଚେନ, ମୁଦି, ଟିଭି, ଫ୍ରିଜ, ଆଲମିରା ସହିତ ଅନ୍ୟାନ୍ୟ ଆସବାବପତ୍ର ଦିଆଯାଇଥିଲା। ତେବେ ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକେ ପୂର୍ଣ୍ଣିମାଙ୍କୁ ବାରମ୍ବାର ନିର୍ଯ୍ୟାତନା ଦେଇଆସୁଥିବା ସେ ନିଜ ବାପାମାଆଙ୍କୁ ଜଣାଇଥିଲେ। ତେବେ ରବିବାର ପୂଣ୍ଣିମା ଏକ କୋଠରୀରେ ବେକରେ ଲୁଗା ବାନ୍ଧି ଝୁଲିପଡିଥିବା ଦେଖିବାକୁ ମିଳିଥିଲା। ଶ୍ୱଶୁରଘର ଲୋକ ତାଙ୍କୁ ମାରି ଟାଙ୍ଗି ଦେଇଥିବା ପୂଣ୍ଣିମାଙ୍କର ବାପା ଆଠଗଡ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଆଇଆଇସି ଅନିରୁଦ୍ଧ ମୁଦୁଲି ଅନ୍ୟ ପୁଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଶ୍ୱଶୁର ବିଚିତ୍ର ଓ ସ୍ୱାମୀ ପ୍ରଶାନ୍ତଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ମୃତ୍ୟୁର କାରଣ ଜଣାପଡିବା ସହ ତଦନ୍ତ ପ୍ରକ୍ରିୟା ଆଗେଇବ ବୋଲି ତଦନ୍ତକାରୀ ଅଧିକାରୀ ଉପନିରୀକ୍ଷକ ବିଶ୍ୱଜିତ୍‍ ଜେନା ପ୍ରକାଶ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories