www.samajalive.in
Monday, December 15, 2025
27.1 C
Bhubaneswar

ଲକ୍ଷାଧିକ ଟଙ୍କାର କାଠ ସହିତ ଗାଡି ଜବତ, ଜଣେ ଗିରଫ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ ଅଞ୍ଚଳରୁ ବେଆଇନ ଭାବରେ ମୂଲ୍ୟବାନ ଶାଳ କାଠ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ବନବିଭାଗର ଚଢ଼ାଉ କରି ଜଣକୁ ଗିରଫ କରିଥିଲା ବେଳେ କାଠ ସହିତ ଗାଡି ଜବତ କରିଛି ବନବିଭାଗ। ଆଜି ସକାଳୁ ସକାଳୁ ଏକ ବିଶେଷ ସୂତ୍ରରୁ ଖବର କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ସାରଙ୍ଗଗୋଡ ଅଞ୍ଚଳ ଚଢାଉ କରି ଏକ ପିକଅପ ଗାଡ଼ିରେ ୧୮ଟି ଶାଳ ଗଣ୍ଡି ଚୋରା ଚାଲାଣ ହେଉଥିବା ବେଳେ ସାରଙ୍ଗଗୋଡ଼ ନିକଟରୁ ବନ ବିଭାଗର ଗାଡି ସହିତ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଗାଡ଼ିରେ ଲକ୍ଷାଧିକ ଟଙ୍କାର କାଠ ନେଇ ଯାଉଥିବା ଜନୈକ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହଇଛି ବନ ବିଭାଗ। ଘଟଣାସ୍ଥଳରୁ ଆଉ ଦୁଇ ଜଣ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ତେବେ ଗତ କିଛି ଦିନ ହବ କାଠ ମାଫିଆ ମାନେ ବନବିଭାଗକୁ ଖୋଲା ଚାଲେଞ୍ଜ ଦେଇ ଦିନ ଦ୍ୱି-ପ୍ରହରରେ ଏପରି ଚୋରା ଚାଲାଣ କରିବାରେ ସଫଳ ହେଉଥିବା ବେଳେ ଆଜି ବନବିଭାଗକୁ ଏକ ବଡ଼ ସଫଳତା ମିଳିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories