ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ ୩ ବା ସ୍ନାତକରେ ଲକ୍ଷାଧିକ ଆସନ ଖାଲିପଡ଼ିବା ପରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ସାମ୍ସ ୱେବ୍ସାଇଟ୍ରେ ୪ ତାରିଖ ମଧ୍ୟାହ୍ନ ୧୨ଟାରୁ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆସନ୍ତା ୪ ତାରିଖରୁ ଆବେଦନ ଆରମ୍ଭ ହୋଇ ୧୩ରେ ସରିବ। ୨୨ ତାରିଖ ମଧ୍ୟାହ୍ନରେ ପ୍ରୋଭିଜିନାଲ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ୨୩ ତାରିଖ ସକାଳ ୯ଟାରୁ ୨୬ତାରିଖ ସନ୍ଧ୍ୟା ୫ଟା ଭିତରେ (ଛୁଟିଦିନ ବ୍ୟତୀତ) ନାମ ଲେଖାଇବେ। ବଳକା ଥିବା ସିଟ୍ରେ ନାମଲେଖା ପାଇଁ ଅକ୍ଟୋବର ୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ୬ ତାରିଖ ଦିନ ନାମ ଲେଖାଇବେ। ସୂଚନାଯୋଗ୍ୟ, ରାଜ୍ୟର ମୋଟ ୧,୦୪୦ ଡିଗ୍ରୀ କଲେଜରେ ୨,୭୦,୧୬୩ ସିଟ୍ ରହିଛି। ସେଥିମଧ୍ୟରୁ ୧,୫୯,୦୫୫ ଜଣ ନାମ ଲେଖାଇଥିବା ବେଳେ ୧,୧୧,୧୦୮ ସିଟ୍ ଖାଲି ପଡ଼ିଥିବା ଜଣାପଡ଼ିଛି।
Popular Categories



