www.samajalive.in
Sunday, December 14, 2025
19.1 C
Bhubaneswar

ତ୍ରିଦିବସୀୟ ’ଶ୍ରୀଜଗନ୍ନାଥ କଥାମୃତ’ କାର୍ଯ୍ୟକ୍ରମ ଉଦ୍‌‌ଘାଟିତ

ସମ୍ବଲପୁର: ମହାପ୍ରଭୁ ଶ୍ରୀଜଗନ୍ନାଥ ଦାରୁବିଗ୍ରହରେ ଲୀଳା କରି ପାପଖଣ୍ଡନ ଓ ଆନନ୍ଦ ଦାନ ଦ୍ୱାରା ଜନ ଓ ଜଗତର କଲ୍ୟାଣ କରୁଛନ୍ତି ବୋଲି ବିଶିଷ୍ଟ ବାଗ୍ମୀ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡାକ୍ତର କୃଷ୍ଣକେଶବ ଷଡଙ୍ଗୀ କହିଛନ୍ତିି। ସାପ୍ତାହିକ ‘ସ୍ୱୀକାର’ ପକ୍ଷରୁ ସ୍ଥାନୀୟ ହୋଟେଲ ଶୀଲା ଟାୱାରରେ ଆୟୋଜିତ ତ୍ରିଦିବସୀୟ ‘ଶ୍ରୀଜଗନ୍ନାଥ କଥାମୃତ’ କାର୍ଯ୍ୟକ୍ରମର ଉଦ୍‌‌ଘାଟନ ଦିବସରେ ପ୍ରବକ୍ତା ଡା. ଷଡଙ୍ଗୀ ଶ୍ରୀଜଗନ୍ନାଥଙ୍କ ଦାରୁବିଗ୍ରହଧାରଣର ଶାସ୍ତ୍ରୀୟ ପ୍ରମାଣ ସହ ଆଲୋଚନା ରଖି ବିଜ୍ଞାନ, ଜ୍ଞାନ ଓ କର୍ମମତର ବିସ୍ତୃତ ଅବତାରଣା କରିଥିଲେ। ବୃକ୍ଷଶରୀର ଓ ମାନବୀୟ ବ୍ୟବହାର ଦ୍ୱାରା ପ୍ରକୃତରେ ମହାପ୍ରଭୁ ସ୍ୱୟଂ ଜଗତର ନାଥ ଭାବରେ ସର୍ବଜନବିଦିତ ହୋଇଛନ୍ତି। ଭକ୍ତିପୂର୍ଣ୍ଣ-ସମର୍ପଣରେ ହିଁ ସେହି ଜଗନ୍ନାଥଙ୍କୁ ଦର୍ଶନ କଲେ ପାପ ଓ ଦୁଃଖର ବିଲୟ ସହ ପରମ ଆନନ୍ଦର ପ୍ରାପ୍ତି ହୋଇଥାଏ ବୋଲି ସେ ମତ ରଖିଥିଲେ। ବିଶିଷ୍ଟ ଶିକ୍ଷାବିତ୍‌‌ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଆଧ୍ୟାତ୍ମିକ ସଭାରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍‌‌. ନାଗରାଜୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ମହିମା ନିତ୍ୟ ଶ୍ରବଣୀୟ ହେଲେ ଯାଇଁ ଆମର କଲ୍ୟାଣ ହୋଇପାରିବ ବୋଲି ମତ ଦେବା ସହ ମୁଖ୍ୟବକ୍ତା ଡାକ୍ତର ଷଡଙ୍ଗୀଙ୍କ ବକ୍ତବ୍ୟର ପ୍ରଶଂସା କରିଥିଲେ। ଅଧ୍ୟାପକ ଡକ୍ଟର ଶ୍ୟାମସୁନ୍ଦର ଧର କାର୍ଯ୍ୟକ୍ରମକୁ ସଂଯୋଜିତ କରିଥିବା ବେଳେ ସ୍ୱୀକାର ସଂପାଦକ ହେମନ୍ତ କୁମାର ମହାପାତ୍ର ସ୍ୱାଗତଭାଷଣ ଓ ବରିଷ୍ଠ ଶିକ୍ଷାବିତ୍‌‌ ଅରବିନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବହୁସଂଖ୍ୟାରେ ଜଗନ୍ନାଥପ୍ରେମୀ ଯୋଗ ଦେଇ କଥାମୃତ ଶୁଣିବା ସହ ପୁରୀରୁ ଆସିଥିବା ମହାପ୍ରଭୁଙ୍କ ଶୁଖୁଲି ମହାପ୍ରସାଦ ସେବା କରିଥିଲେ। ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ଆଗାମୀ ରବିବାର ପର୍ଯ୍ୟନ୍ତ ଚାଲିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories