www.samajalive.in
Sunday, December 14, 2025
19.1 C
Bhubaneswar

ଓଟିଏମ୍‌‌ ବଞ୍ଚାଅ ସତ୍ୟାଗ୍ରହର ୧୮ତମ ପୂର୍ତ୍ତି ପାଳନ

ଚୌଦ୍ୱାର: ଓଟିଏମ୍‌‌ ଶ୍ରମିକ ସଂଗଠନ ତରଫରୁ ଗତ ୨୦୦୫ ମସିହା ସେପ୍ଟେମ୍ବର ୧ ତାରିଖରୁ ଓଟିଏମ୍‌‌ ଗେଟ ସମ୍ମୁଖରେ ଚାଲିଥିବା ଦିବାରାତ୍ର ଆନ୍ଦୋଳନ ୧୯ ବର୍ଷରେ ପଦାର୍ପଣ କରିଛି।ପୂର୍ତ୍ତି ପାଳନ ଅବସରରେ ଶୁକ୍ରବାର ଦିନ ବନ୍ଦ ଓଟିଏମ୍‌‌ ଶ୍ରମିକ ମାନଙ୍କର ଏକ ଶୋଭାଯାତ୍ରା ଅନ୍ଦୋଳନସ୍ଥଳରୁ ବାହାରି ସହର ପରିକ୍ରମା କରିବା ସହିତ ଓଟିଏମ୍‌‌ର ପ୍ରତିଷ୍ଠାତା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଆନ୍ଦୋଳନର ମୁଖ୍ୟ ତଥା ଶ୍ରମିକ ନେତା ଦୀପକ କୁମାର ବାରିକ ଆନ୍ଦୋଳନସ୍ଥଳରେ ଆନ୍ଦୋଳନର ପ୍ରତିକ ପତାକା ଉତ୍ତୋଳନ କରିଥିଲେ। ତେବେ ରାଜ୍ୟ ସରକାର ଶ୍ରମିକ ମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରିଛନ୍ତି। ଗତ ୮ତାରିଖ ଦିନ ୫ଟି ସଚିବ ଚୌଦ୍ୱାର ଗସ୍ତକରି ମୁଖ୍ୟମନ୍ତ୍ରୀ ଖୁବ୍‌‌ଶିଘ୍ର ଚୌଦ୍ୱାର ଆସି ଓଟିଏମ୍‌‌ ସ୍ଥାନରେ ବିକଳ୍ପ ଶିଳ୍ପ ପ୍ରତିଷ୍ଠାର ଭିତ୍ତିପ୍ରସ୍ତର ସ୍ଥାପନ କରିବେବୋଲି ଘୋଷଣା କରି ଯାଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଚୌଦ୍ୱାର ଆଗମନକୁ ଆମେ ଉତ୍ସୁକତାରସହ ଅପେକ୍ଷା କରିଛୁ ବୋଲି ଶ୍ରୀ ବାରିକ ପ୍ରକାଶ କରିଥିଲେ। ବିଭୁ ପ୍ରସାଦ ରଥଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ଦୁଲାଳସେନ ସ୍ୱାଇଁ,ନବ କିଶୋର ଭୁୟାଁ,ଜୟରାମ ଷଢ଼ଙ୍ଗୀ, ବିଷ୍ଣୁ ଚରଣ ମହାରଣା ପ୍ରମୁଖ ଓଟିଏମ୍‌‌ ବନ୍ଦ ହେବା ପରଠାରୁ ଏହାର ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅଚ୍ୟୁତ ପରିଡ଼ା, ଆଦିତ୍ୟ ପଟ୍ଟନାୟକ, ବିଜୟ ସାହୁ, ମନି ପାତ୍ର, ଧନୀ ସାହୁ , ଜ୍ଞାନେନ୍ଦ୍ର ବେଉରା, ପ୍ରଭାଷ ପୃଷ୍ଟି, କ୍ଷେତ୍ରବାସୀ ବାରିକ ପ୍ରମୁଖ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories