www.samajalive.in
Monday, December 15, 2025
16.1 C
Bhubaneswar

ଗାୟତ୍ରୀ ଶକ୍ତିପୀଠରେ ଶ୍ରାବଣୀ ପର୍ବ

ସମ୍ବଲପୁର: ସମ୍ବଲପୁରର କମଳିବଜାର ସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ଶ୍ରାବଣୀ ପର୍ବ ପାଳନ ସହିତ ନବରାତ୍ର ଅନୁଷ୍ଠାନ ସଂକଳ୍ପ ହୋଇଯାଇଛି। ଯଜ୍ଞଶାଳାରେ ଗାୟତ୍ରୀ ଯଜ୍ଞରେ ବିଶେଷ ପୂଜନ ସହିତ ଯଜେ୍ଞାପବିତ ନବୀନିକରଣ ଓ ଭଉଣୀ ମାନେ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ। ୨୪ ହଜାର ଗାୟତ୍ରୀ ଜପ ଅନୁଷ୍ଠାନ ପାଇଁ ହରିଦ୍ୱାରରୁ ଅଣାଯାଇଥିବା ଶକ୍ତି କଳସ ସମ୍ମୁଖରେ ସେପ୍ଟେମ୍ବର ୧ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଜପ କରାଯାଉଛି। ଯଜ୍ଞକୁ ସମ୍ବଲପୁର ଗାୟତ୍ରୀ ଶକ୍ତିପୀଠର ମ୍ୟାନେଜିଂ ଟ୍ରଷ୍ଟି ଉପେନ୍ଦ୍ର କୁମାର ପାଢ଼ୀ, ସତ୍ୟନାରାୟଣ ପଟେଲ ଓ ବସନ୍ତ ଦାଶ ସଞ୍ଚାଳନ କରୁଛନ୍ତି। ଏହି ଶକ୍ତି କଳସ ସମ୍ମୁକରେ ଜପ କରିଲେ ବିଶେଷ ଲାଭ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ଶକ୍ତି କଳସର ଦର୍ଶନ ସହିତ ଜପ କରିବାକୁ ସମସ୍ତଙ୍କୁ ଶକ୍ତିପୀଠ ପକ୍ଷରୁ ଅନୁରୋଧ କରାଯାଇଛି। ବ୍ରହ୍ମ ମୁହୁର୍ତ୍ତରୁ ସକାଳ ୬ ଟା ୩୦ ପର୍ଯ୍ୟନ୍ତ ମନ୍ତ୍ର ଜପ ଓ ଯଜ୍ଞ ୬ଟା ୩୦ରୁ ଆରମ୍ଭ କରାଯାଉଛି। ଯଜ୍ଞର ସଞ୍ଚାଳନ ମହିଳା ମଣ୍ଡଳ କରୁଥିବା ବେଳେ ଜିଲା ସଂଯୋଜକ ମଦନ ମୋହନ ପାତ୍ର ଏହି ଦାୟିତ୍ୱ ନିର୍ବାହ କରୁଛନ୍ତି। ଶକ୍ତୀ ପୀଠକୁ ଆସି ପାରୁ ନ ଥିବା ଶ୍ରଦ୍ଧାଳୁ ମାନେ ନିଜର ଘରେ କିମ୍ବା ପଡୋଶୀଙ୍କ ସହିତ ମିଶି ନିର୍ଦ୍ଧାରିତ ସାଧନା କେନ୍ଦ୍ରରେ ୧୦୮ କୁଣ୍ଡୀୟ ଯଜ୍ଞର ସଫଳ ଆୟୋଜନ ନିମନ୍ତେ ଗାୟତ୍ରୀ ମନ୍ତ୍ର ଜପ କରିପାରିବେ ବୋଲି ଶକ୍ତି ପୀଠର ପ୍ରବକ୍ତା ସତ୍ୟ ନାରାୟଣ ପଟେଲ ସୂଚନା ଦେଇଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories