www.samajalive.in
Saturday, December 6, 2025
26.1 C
Bhubaneswar

ପିଇଛନ୍ତି କି ରସୁଣ ଚା’? ଗୁଣ ଜାଣି ହେବେ ଆଶ୍ଚର୍ଯ୍ୟ..

ଅନେକଙ୍କୁ କ୍ଷୀର ଚା’,ନାଲି ଚା’ ଏହାସହ ଗ୍ରୀନ ଟି ପିଇବା ପସନ୍ଦ। ମାତ୍ର ରସୁଣ ଚା’ ବିଷୟରେ କେବେ ଶୁଣିଛନ୍ତି କି? ରସୁଣ ଚା’ର ସ୍ୱାସ୍ଥ୍ୟ ପାଇଁ ଚମତ୍କାରୀ ଲାଭ ରହିଛି। ରସୁଣ ଚା’ ପିଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ ହୋଇ ରହିବା ସହ କୋଲେଷ୍ଟେରୋଲ୍‌‌ ହ୍ରାସ କରିବାରେ ସହାୟକ ହୋଇଥାଏ। ଜାଣନ୍ତୁ..
ରସୁଣ ଚା’ ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌‌ ଉପକାରୀ। ଏହାଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।
ରସୁଣ ଚା’ ସେବନ କରିବା ଦ୍ୱାରା ଶରୀରରୁ ଅଦରକାରୀ ଜିନିଷ ନିର୍ଗତ କରିବାରେ ସହାୟକ ହୋଇଥାଏ।
ରସୁଣ ଚା’ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ଶରୀରରେ ଚର୍ବିକୁ ଜମାଟ ବାନ୍ଧିବାକୁ ଦେଇନଥାଏ।
ରସୁଣ ଚା’ହୃଦୟ ଜନିତ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ହୃଦୟକୁ ସୁସ୍ଥ ରଖିଥାଏ। ଶରୀରରୁ ଖରାପ କୋଲେଷ୍ଟେରୋଲ୍‌‌ ସ୍ତରକୁ କମ୍‌‌ କରିଥାଏ।
ରସୁଣ ଚା’ ନିଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟାକୁ ଦୂର କରିଥାଏ। ଶ୍ୱାସ ଜନିତ ରୋଗରୁ ରକ୍ଷା କରିଥାଏ। ଥଣ୍ଡା,କାଶ ସମୟରେ ଏହାର ସେବନ କରିବା ଲାଭଦାୟକ।
ରସୁଣ ଚା’ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories