www.samajalive.in
Saturday, December 6, 2025
16.1 C
Bhubaneswar

ଉଦ୍ୟାନ କୃଷି ଅଧିକାରୀଙ୍କ ନୀରବ ପ୍ରତିବାଦ

ସାକ୍ଷୀଗୋପାଳ : ପୁରୀ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ମାନେ ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ,ସାକ୍ଷୀଗୋପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୀରବ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଓଡିଶା ଉଦ୍ୟାନ କୃଷି ସେବା କ୍ୟାଡରର ପୁନର୍ବିନ୍ୟାସ ନିମନ୍ତେ ରାଜ୍ୟ ସରକାରଙ୍କର ନୀତି ପ୍ରତିବାଦରେ ଓଡିଶା ଉଦ୍ୟାନ କୃଷି ଅଧିକାରୀ ସେବା ସଙ୍ଘର ଆହ୍ୱାନ କ୍ରମେ ପୁରୀ ଜିଲ୍ଲାର ଉଦ୍ୟାନ କୃଷି ଅଧିକାରୀ ମାନେ ସମୂହ ଛୁଟିରେ ରହିଛନ୍ତି ବୋଲି ପ୍ରକାଶ କରିଥିଲେ।
ଏ ସମ୍ପର୍କରେ ପୁରୀ ଜିଲ୍ଲା ଉପଉଦ୍ୟାନ କୃଷି ନିର୍ଦ୍ଦେଶିକା ମଞ୍ଜୁଳା ତ୍ରିପାଠୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ସେ କହିଲେ, ଉଦ୍ୟାନ କୃଷି ଅଧିକାରୀ ମାନଙ୍କ ଏହି ଆନ୍ଦୋଳନ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ, ଭୁବନେଶ୍ୱରଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି। ମନୋରଞ୍ଜନ ସାହୁ, ସତ୍ୟବାଦୀ, ରଶ୍ମିରେଖା ପଣ୍ଡା, ପିପିଲି, ସମ୍ବିତ କୁମାର ଆଚାର୍ୟ୍ୟ, ପୁରୀ ସଦର ଓ ତ୍ରିଭୁବନ ବଡ଼ଜେନା, ଗୋପ ବ୍ଲକ ସହକାରୀ କୃଷି ଅଧିକାରୀ ମାନଙ୍କ ସହିତ ପୁରୀ ଜିଲ୍ଲାର ୧୧ ଗୋଟି ବ୍ଲକର ସହକାରୀ କୃଷି ଅଧିକାରୀ ମାନେ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories