www.samajalive.in
Saturday, December 6, 2025
26.1 C
Bhubaneswar

ରୋଷେଇ ଘର ପାଇଁ ବାସ୍ତୁ ; ଏହି କାରଣରୁ ହୁଏ ଧନହାନୀ..

ହିନ୍ଦୁଧର୍ମରେ ବାସ୍ତୁ ଶାସ୍ତ୍ରର ଖୁବ ମହତ୍ତ୍ୱ ରହିଛି। ବାସ୍ତୁରେ ଘରର ପ୍ରତ୍ୟେକ ଛୋଟ ଠାରୁ ଆରମ୍ଭ କରି ବଡ ଜିନିଷ ପାଇଁ ନିୟମ ବର୍ଣ୍ଣନା କରାଯାଇଛି। ଏହାପ୍ରତି ଧ୍ୟାନ ରଖିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖସମୃଦ୍ଧି ସର୍ବଦା ରହିଥାଏ। ବାସ୍ତୁ ଶାସ୍ତ୍ରରେ ଘରର ରୋଷେଇ ଘର ସହ ଜଡିତ କିଛି ସରଳ ନିୟମର ବର୍ଣ୍ଣନା କରାଯାଇଛି। ଜାଣନ୍ତୁ..
ଘରର ରୋଷେଇ ଘର ଦକ୍ଷିଣପୂର୍ବରେ ହେବା ଉତ୍ତମ। ରୋଷେଇ ଘର ଏପରି ହେବା ଆବଶ୍ୟକ ଯେ, ଯେପରି ଘରର ମୁଖ୍ୟଦ୍ୱାର ସମ୍ମୁଖରୁ ଚୁଲ୍ଲା ବାହାରକୁ ଦେଖାଯାଉନଥିବ। ଖାଦ୍ୟ ପ୍ରସ୍ତୁତି କରୁଥିବା ସମୟରେ ମୁହଁ ପୂର୍ବ ଦିଗ ଆଡକୁ ରହିବା ଶୁଭଙ୍କର।
ରୋଷେଇ ଘରର ଥାକ କିମ୍ବା ବାସନ ରଖିବା ସ୍ଥାନ,ଆଲମିରା ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖନ୍ତୁ। ରୋଷେଇ ପାଇଁ ବ୍ୟବହୃତ ହେଉଥିବା ମସଲା ଓ ଖାଦ୍ୟ ଜିନିଷ ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ। ରୋଷେଇ ଘରେ ବଡ ଝରକା ନିଶ୍ଚୟ ରଖନ୍ତୁ।
ରୋଷେଇ ଘରେ ବୈଦ୍ୟୁତିକ ଜିନିଷ ଯେପରି ମାଇକ୍ରୋୱେବ, ଗ୍ରାଇଣ୍ଡର ଆଦି ଦକ୍ଷିଣପୂର୍ବ ଦିଗରେ ରଖନ୍ତୁ। ବାସନ ଥାକ କିମ୍ବା ଅନ୍ୟ ଭାରୀ ବସ୍ତୁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖନ୍ତୁ। ପୂର୍ବ ଓ ଉତ୍ତର ଦିଗରେ ହାଲକା ଜିନିଷ ରଖନ୍ତୁ।
କଦାପି ରୋଷେଇ ଘର ସାମ୍ନାରେ ଶୌଚାଳୟ ହେବା ଉଚିତ୍‌‌ ନୁହେଁ। ସେହିପରି ୨ ମହଲା ଘର ଥିଲେ ଶୌଚାଳୟ ତଳେ କିମ୍ବା ଉପରେ ରୋଷେଇ ଘର ତିଆରି କରନ୍ତୁ ନାହିଁ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ନକରାତ୍ମକ ପ୍ରଭାବ ପଡିଥାଏ। ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଦିଗ ଆଡକୁ ମୁହଁ କରି ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ। ରୋଷେଇ ଘରକୁ,ଗ୍ୟାସକୁ ନିୟମିତ ସଫା ରଖନ୍ତୁ।

 

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories