www.samajalive.in
Sunday, December 14, 2025
26.1 C
Bhubaneswar

ଜେଲରେ ରାକ୍ଷୀ ଓ ମିଷ୍ଟାନ୍ନ ଦେଲେ ବିଜେପି ମହିଳା ମୋର୍ଚ୍ଚା

ସମ୍ବଲପୁର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷା ବନ୍ଧନ ଅବସରରେ ଦଳୀୟ କାର୍ଯ୍ୟାଳୟରେ କର୍ମୀ ମାନଙ୍କୁ ରାକ୍ଷୀ ବାନ୍ଧିଲା ପରେ ସମ୍ବଲପୁର ଜେଲକୁ ଯାଇଥିଲେ। ଚଳିତ ବର୍ଷ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ସମ୍ପ୍ରଦାୟିକ ହିଂସାକାଣ୍ଡ ସମୟରେ ଗିରଫ ହୋଇଥିବା ଶ୍ରୀରାମ ଭକ୍ତ ମାନେ ଏବେ କାରାବରଣରେ ଥିବାରୁ ସେମାନଙ୍କୁ ରାକ୍ଷୀ ପିନ୍ଧାଇବା ଉଦ୍ଦେଶ୍ୟରେ ମହିଳା ମୋର୍ଚ୍ଚା ସମ୍ବଲପୁରର ମଣ୍ଡଳ କାରାଗାରକୁ ଯାଇଥିଲେ। କାରାଗାର କତ୍ତୃପକ୍ଷଙ୍କ ଜରିଆରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ସମୀର ରଞ୍ଜନ ବାବୁଙ୍କୁ ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ଆମନ୍ତ୍ରଣ କରାଯିବା ପରେ ମହିଳା ମୋର୍ଚ୍ଚାର ସଦସ୍ୟା ମାନେ କାରାଗାରରେ ଥିବା ଶ୍ରୀରାମ ଭକ୍ତ ମାନଙ୍କ ପାଇଁ ରାକ୍ଷୀ ଓ ମିଷ୍ଟାନ୍ନ ଗୁଡିକୁ ସମୀର ବାବୁଙ୍କ ଜରିଆରେ ଭିତରକୁ ପ୍ରେରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ, ନାଉରୀ ନାୟକ, ବିଜେପି ମହିଳା ସଭା ନେତ୍ରୀ ଅନ୍ନପୁର୍ଣ୍ଣା ବାରିକ, ବିଜେପି ଜିଲା ସାଧାରଣ ସମ୍ପାଦକ ଅନୀଲ ବେହେରା, ରୁନୁ ପ୍ରଧାନ, ପ୍ରଭାସିନୀ ଦାଶ, ବିଦ୍ୟୁତପ୍ରଭା ଯୋଶୀ, ରିଙ୍କି ସାହୁ, ଅନୁସୟା ସାମଲ, ସୁରମା ପୋଢ଼, ଲକ୍ଷ୍ମୀପ୍ରିୟା ସାହୁ, ଶିବ ଦିୱାନ, ସୌମିତ୍ର ଜତି, ସନ୍ତୋଷ ଡାଳୁଅ, ଚିତ୍ତ ଭୋଇ, ସୁଜୟ ପାଣିଗ୍ରାହୀ, ମାନସ ବକ୍ସୀ, ଗୁର୍ଦ୍ଦିପ ଗିଲ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories