www.samajalive.in
Sunday, December 14, 2025
23.1 C
Bhubaneswar

ମୋଦୀଙ୍କୁ ରାକ୍ଷୀ ପିନ୍ଧାଇ ଧନ୍ୟବାଦ ଦେଲେ ହଜାରରୁ ଅଧିକ ମହିଳା

ସମ୍ବଲପୁର: ସାରା ଦେଶରେ ହର୍ଷ ଓ ଉଲ୍ଲାସରେ ଭାଇଭଉଣୀଙ୍କ ପର୍ବ ରାକ୍ଷୀ ପୁର୍ଣ୍ଣିମା ପାଳନ କରାଯାଇଛି। ଏହି କ୍ରମରେ ବ୍ୟକ୍ତି ବିଶେଷ ମାନଙ୍କ ଠାରୁ ବିଭିନ୍ନ ସଙ୍ଗଠନ ମାନେ ମଧ୍ୟ ନିଜ ନିଜ ନିଆରା ଢ଼ଙ୍ଗରେ ରାକ୍ଷୀ ପୂ୍‌‌ର୍ଣିମା ପାଳନ କରାଯାଇଛି। ଚଳିତ ବର୍ଷ ପବିତ୍ର ରାକ୍ଷୀ ଅବସରରେ ରନ୍ଧନ ଗ୍ୟାସ ସିଲିଣ୍ଡରରେ ସବସିଡିକୁ ବୃଦ୍ଧି କରି ତାର ମୂଲ୍ୟକୁ ହ୍ରାସ କରିବା ସହିତ ଦେଶରେ ଆଉ ୭୫ ଲକ୍ଷ ପ୍ରଧାନମନ୍ତ୍ରୀ ଉଜ୍ୱଳା ସଂଯୋଗ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଘୋଷଣା କରି କୋଟି ଭଉଣୀ ମାନଙ୍କୁ ଉପହାର ପ୍ରଦାନ କରିଛନ୍ତି। ଏହାକୁ ନେଇ ସମଗ୍ର ଦେଶରେ ମହିଳା ମାନଙ୍କୁ ନେଇ ଖୁସିର ଲହରୀ ଖେଳି ଯାଇଛି। ଏଣୁ ରେଙ୍ଗାଲି ନିର୍ବଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ତରଫରୁ ସହରର ଉପକଣ୍ଠସ୍ଥ ପରମାଣପୁର ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରାକ୍ଷୀ ଉପଲକ୍ଷେ ଆୟୋଜିତ କରାଯାଇଥିଲା। ପରମାଣପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାରରୁ ଉର୍ଦ୍ଧ ମହିଳା ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଛବିରେ ରାକ୍ଷୀ ବାନ୍ଧି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଙ୍କ ସମେତ ନରେନ୍ଦ୍ର ମିଶ୍ର, ରାଧେଶ୍ୟାମ ବାରିକ, ଯୁଗଳ ଅଗ୍ରୱାଲ, ପ୍ରକାଶ ପ୍ରଧାନ, ପ୍ରକାଶ ପୃଷ୍ଟି, ସଞ୍ଜୀବ ବାରିକ, ସଞ୍ଜୀବ ପାଣିଗ୍ରାହୀ, ସବିତା ନନ୍ଦ, ସୁଷମା ସାହୁ, ସଂଯୁକ୍ତା ପ୍ରଧାନ, ଆରତୀ ବରାଡ, ସୁଜାତା ଗୁରୁ, ପ୍ରତିମା ସାହୁ, ଜ୍ୟେତ୍ସ୍ନା ଶାହା, ସରୋଜିନୀ କାଲୋ, ସରୋଜ ମେହେର, ସଂଯୁକ୍ତା ମାଝୀ, ଶୈଳେନ୍ଦ୍ର ପ୍ରଧାନ, ନିଳାନ୍ଦ୍ରି ପ୍ରଧାନଙ୍କ ସମେତ ହଜାରରୁ ଅଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଯେ, ବିଗତ ୯ ବର୍ଷ ମଧ୍ୟରେ ଗରିବ ଉତଥାନ ପାଇଁ ମୋଦୀ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବିଶେଷ କରି ମହିଳା ମାନଙ୍କ ପାଇଁ ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷାରେ ମହିଳାଙ୍କୁ ରାସନ କାର୍ଡ ପ୍ରଦାନ ସହିତ ରାସନ ପ୍ରଦାନ ଓ କୋଭିଡ ସମୟରେ ମହିଳାଙ୍କ ବ୍ୟାଙ୍କ ଆକାଉନ୍ଟକୁ ଆର୍ଥିକ ସହାୟତା ରାଶି ପ୍ରଦାନ, ଘରେ ଘରେ ପାଇଖାନା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ମହିଳା ମାନଙ୍କୁ ବିଶେଷ ସୁବିଧା, ସୁରକ୍ଷା ଓ ଅଧିକାର ଦେବାରେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସୁଛନ୍ତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories