ସମ୍ବଲପୁର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ମାରୱାଡିପଡ଼ା ସ୍ଥିତ ଶ୍ରୀ ବିଶ୍ୱନାଥ ମନ୍ଦିର ଠାରେ ଶ୍ରୀ ବ୍ରାହ୍ମଣ ମହାସଭା ଓ ଶ୍ରୀ ପର୍ଶୁରାମ ଯୁବକ ସଂଘ ତରଫରୁ ବୈଦିକ ବିଧାନ ଅନୁଯାୟୀ ପୂଜନ ତଥା ଶ୍ରାବଣୀ ଉପକର୍ମ କରାଯାଇଥିଲା। କାର୍ଯ୍ୟକ୍ରମରେ ପଣ୍ଡିତ ରଣଛୋଡ ଶର୍ମା, ପଣ୍ଡିତ ଶମ୍ଭୁଦୟାଲ ଶର୍ମା, ପଣ୍ଡିତ ଗୌତମ ଶର୍ମା, ପଣ୍ଡିତ କୁଞ୍ଜବିହାରୀ ଶର୍ମା, ପଣ୍ଡିତ ଶ୍ୟାମ ଶର୍ମା ଓ ପଣ୍ଡିତ ବଣ୍ଟି ଶର୍ମାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। କର୍ତ୍ତା ରୂପେ ପୁରୁଷୋତ୍ତମ ଶର୍ମା ଦାୟିତ୍ୱ ତୁଲାଇ ଥିଲେ। ବୈଦିକ ମନ୍ତ୍ରୋଚ୍ଚାରଣ ଓ ପୁଜନ ସହିତ ପଣ୍ଡିତ ମାନେ ଏହି ଅବସରରେ ବେଦ ଓ ସନାତନୀ ବିଧାନ ଉପରେ ଚର୍ଚ୍ଚା କରିବା ସହିତ ବ୍ରାହ୍ମଣ ମାନଙ୍କ ଦ୍ୱାରା ସମାଜର ଉତଥାନ ଓ ବିକାଶରେ ଯୋଗଦାନ ଉପରେ ଆଲୋକପାତ କରାଯାଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଗୋପାଜ ବୈଦ୍ୟ, ରାଧେ ଗାନ୍ଧୀ, ବିନୋଦ ଶର୍ମା, ସଞ୍ଜୟ ଶର୍ମା, ଅନୁପ ଲାଟା, ମନିଷ ଗାନ୍ଧୀ, ପବନ କୁମାର ଶର୍ମାଙ୍କ ସମେତ ମାରୱାଡି ସମାଜ ଓ ଯୁବକ ସଂଘର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।
Popular Categories



