www.samajalive.in
Sunday, December 14, 2025
23.1 C
Bhubaneswar

ଜମଘାଟି ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ

ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଜମଘାଟି ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ବଡଭାଇ ଚକ୍ରଧର ପ୍ରଧାନ (୪୫)କୁ କୋଦାଳରେ ପିଟି ପିଟି ହତ୍ୟା କଲା ସାନ ଭାଇ। ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜମଘାଟି ଗ୍ରାମର ଦୁଇ ଭାଇ ଚକ୍ର ପ୍ରଧାନ ଓ ମକର ପ୍ରଧାନ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ସାନ ଭାଇ ମକର ପ୍ରଧାନ ଉତକ୍ଷିପ୍ତ ହୋଇ ହାତରେ ଧରିଥିବା କୋଦଳରେ ବଡ଼ ଭାଇ ଉପରକୁ ଆକ୍ରମଣ କରିଥିଲା। ବଡ଼ ଭାଇ ଚକ୍ରଧର ପ୍ରାଣ ବିକଳରେ ଗାଁ ଦାଣ୍ଡରେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ବି ଏଥିରେ ବିଫଳ ହୋଇଥିଲା। ହତ୍ୟାକାରୀ ସାନ ଭାଇ ମକର ପ୍ରଧାନ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟି ହତ୍ୟାକରିଥିବା ଜଣାପଡିଛି। ଘଟଣାସ୍ଥଳରେ ବାଉଁଶୁଣି ପୋଲିସ୍ ପହଞ୍ଚି ଅଭିଯୁକ୍ତ ସାନଭାଇ ମକର ପ୍ରଧାନକୁ ଗିରଫ କରି ମୃତଦେହକୁ ଜବତ କରିଛି। ତେବେ କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଛି ଏନେଇ ପୋଲିସ୍ ଅଧିକ ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories