www.samajalive.in
Saturday, December 6, 2025
26.1 C
Bhubaneswar

ଚା’ ପିଇବା ସମୟରେ ଆଦୌ କରନ୍ତୁ ନାହିଁ ଏହି ଭୁଲ୍‌‌

ଅଧିକାଂଶ ଲୋକେ ନିଜ ଦିନର ଆରମ୍ଭ ଏକ କପ୍‌‌ ଚା’ରୁ ଆରମ୍ଭ କରିଥାଆନ୍ତି। ଏଭଳି ମଧ୍ୟ କିଛି ଚା’ପ୍ରେମୀ ରହିଛନ୍ତି, ଯେଉଁମାନେ ପ୍ରତି ୨ ଘଣ୍ଟାରେ ଚା’ ପିଇଥାଆନ୍ତି। ଅନେକ ସମୟରେ ଚା’ ସହ ପକୁଡି,ବିସ୍କୁଟ୍‌‌ ଆଦି ଖାଇବାକୁ ପସନ୍ଦ କରିଥାଆନ୍ତି। ମାତ୍ର ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ। ତେବେ ଜାଣନ୍ତୁ ଚା’ ସହ କେଉଁ ଖାଦ୍ୟର ସେବନ କରିବା ଉଚିତ ନୁହେଁ..
ଏହା ଜାଣି ଆଶ୍ଚର୍ଯ୍ୟ ହେବେ, ଚା’ ସହ ପାଳଙ୍ଗ ପକୁଡି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ପାଳଙ୍ଗ ଶାଗ ଆଇରନରେ ଭରପୁର। ସେହିପରି ଚା’ରେ ଟେନିନ୍‌‌ ରହିଛି। ଉଭୟ ଶରୀର ପାଇଁ ଏକାସହ ସେବନ କରିବା କ୍ଷତିକାରକ। ଚା’ ସହ ଆଇରନ ଥିବା ଖାଦ୍ୟଜିନିଷ ଖାଆନ୍ତୁ ନାହିଁ।
ଅଧିକାଂଶ ଲୋକେ ଚା’ ସହ ବିସ୍କୁଟ୍‌‌ ଖାଇବାକୁ ପସନ୍ଦ କରିଥାଆନ୍ତି। ମାତ୍ର ଏହି ଖାଦ୍ୟକୁ ଏକାଠି ଖାଇବା ପେଟ ପାଇଁ କ୍ଷତିକାରକ। ବିସ୍କୁଟ୍‌‌ରେ ମଇଦା ଓ ଚିନି ମିଶି ପ୍ରସ୍ତୁତ ହୋଇଥାଏ। ଚା’ରେ ମଧ୍ୟ ଚିନି ଥାଏ। ଫଳରେ ଶରୀରକୁ ଏକାସହ ଅଧିକ ଚିନି ଯାଇଥାଏ। ଏହା ପେଟ ପାଇଁ କ୍ଷତିକାରକ ହେବା ସହ ପାଚନ ଜନିତ ସମସ୍ୟା ସହ କୋଷ୍ଠକାଠିନ୍ୟ, ଏସିଡିଟି ସମସ୍ୟା ସୃଷ୍ଟି କରିଥାଏ।
ଚା’ ପିଇବା ପରେ କିମ୍ବା ଚା’ ସହ ଲେମ୍ବୁର ଆଦୌ ସେବନ କରନ୍ତୁ ନାହିଁ। ଚା’ ସହ ଲେମ୍ବୁ ସେବନ କରିବା ଦ୍ୱାରା ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ପାଚନ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
ଚା’ ପିଇବାର ତୁରନ୍ତ ପରେ ପାଣି କଦାପି ପିଇବା ଉଚିତ ନୁହେଁ। ଏହାସହ ଆଇସକ୍ରିମ କିମ୍ବା ଅନ୍ୟ କୌଣସି ଥଣ୍ଡାପାନୀୟ ପିଇବା ଉଚିତ ନୁହେଁ। ଏହାଦ୍ୱାରା ପାଚନ ତନ୍ତ୍ର ଭଲ ଭାବେ କାର୍ଯ୍ୟ କରିନଥାଏ। ଖାଦ୍ୟ ଭଲରେ ହଜମ ନହେବା ସହ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories