www.samajalive.in
Sunday, December 14, 2025
16.1 C
Bhubaneswar

ସାମ୍ବାଦିକଙ୍କୁ ଧମକ ଦେବା ଘଟଣାରେ ଅଭିଯୁକ୍ତକୁ ଓଜେୟୁର ଗିରଫ ଦାବି

ସମ୍ବଲପୁର: ସାମ୍ବାଦିକ ମନୋଜ ସାହୁଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଏବଂ ଧମକ ଦେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଠାବ କରି ଗିରଫ କରିବାକୁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ତଥା ସାମ୍ବାଦିକ ମାନେ ଦାବି କରିଛନ୍ତି। ଏହି ମର୍ମରେ ଆଜି ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ସାମ୍ବାଦିକ ମାନେ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେଶ କୁମାର ପାଣ୍ଡେ ଓ ଜ଼ିଲ୍ଲା ଗୁଇନ୍ଦା ବିଭାଗ ଉପ ଆରକ୍ଷୀ ଅଧିକ୍ଷକ ଜେମେସ୍ ସାମଦଙ୍କ ଉପସ୍ଥିତିରେ ଏହି ଦାବି ପତ୍ର ଗ୍ରହଣ କରିଥିଲେ। ଏ ସଂକ୍ରାନ୍ତରେ ସାମ୍ବାଦିକ ଶ୍ରୀ ସାହୁଙ୍କ ଅଭିଯୋଗ କ୍ରମେ ବୁର୍ଲା ଥାନାରେ କେସ ନଂ. ୩୮୨/ ତା. ୨୮.୦୮. ୨୦୨୩ ରୁଜ୍ଜ ହୋଇଛି। ଗତ ମାସ ୨୬ ତାରିଖ ଏକ ଠକେଇ ଅଭିଯୋଗରେ ସମ୍ବଲପୁରର ଲୋକନାଥ ମହାନ୍ତି ନାମକ ଜଣେ ଯୁବକ ଶ୍ରୀ ସାହୁଙ୍କ ପରିଚୟ ପତ୍ରକୁ ଜାଲ କରି ଏକ ନକଲି ପରିଚୟ ପତ୍ର ପ୍ରସ୍ତୁତ କରିଥିବା ସଂକ୍ରାନ୍ତରେ ବୁର୍ଲା ଥାନାରେ ଶ୍ରୀ ସାହୁ ଅଭିଯୋଗ କରିଥିଲେ। ଫୋନରେ ଯୁବକ ଏବଂ ମହିଳା ଜଣକ ଲୋକନାଥଙ୍କ ନାମରେ କାହିଁକି ଅଭିଯୋଗ କଲୁ ବୋଲି କହି ଧମକ ଦେଇଥିବା ସାମ୍ବାଦିକ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସଂଘର ଜ଼ିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାହୁ, ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର, ମନୋଜ ସାହୁ, ଅଜୟ କୁମାର ନାଥ, ଜ୍ଞାନବ୍ରତ ଭୋଇ, ବିରାଜ ମିଶ୍ର, ନିମାଇଁ ସାହୁ, ତଫିଜୁଲ ହୋସେନ୍, ଦେବେନ୍ କୁମାର ପଟେଲ, ଅମଳେନ୍ଦୁ ନାୟକ, ସୁବ୍ରତ ପାଢ଼ୀ, ଶୁଭେନ୍ଦୁ ସାହୁ, ନିଉଟନ ରାୟ, ଅନିଲ ଶ୍ରୀରାମକା, ସରୋଜ ସେଠ, ସଂଜିବ ଠାକୁର, ସଂଜିବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories