ତୋଷଖାନା ମାମଲା : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ୍
ଇସଲାମାବାଦ: ଇସଲାମାବାଦ ହାଇକୋର୍ଟ ସେସନ୍ କୋର୍ଟଙ୍କ ରାୟକୁ ସ୍ଥଗିତ ରଖି ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ୍ ପ୍ରଦାନ କରାଯାଇଛି। ସୂଚନା ଅନୁସାରେ, ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏହି ମାମଲାରେ ୩ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ ନିମ୍ନ ଅଦାଲତ। ବୁଧବାର ଅଦାଲତରେ ଇମ୍ରାନ ହାଜର ହୋଇଥାନ୍ତେ । ଏପରି କି ୩ ବର୍ଷ ଜେଲ ଦଣ୍ଡ ସହ ୫ ବର୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରିବେ ନାହିଁ ବୋଲି ନିର୍ଦେଶ ଦେଇଥିଲେ । ପ୍ରଧାନ ବିଚାରପତି ଆମାର ଫାରୁକ୍ ଏବଂ ଜଷ୍ଟିସ୍ ତାରିକ୍ ମେହମୁଦ ଜାହାଙ୍ଗିରିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଇସଲାମାବାଦ ହାଇକୋର୍ଟ ଏହି ରାୟ ସଂରକ୍ଷିତ ରଖିଛନ୍ତି।
Comments are closed.