ଡେସ୍କ: ଭାରତର ଜି-୨୦ ଶେରପା ଅମିତାଭ କାନ୍ତ କହିଛନ୍ତି ଯେ କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଏବଂ ସୁଲଭ ଡିଜିଟାଲ ସେବାର ମିଶ୍ରଣ ଏକ ଯୁଗାନ୍ତକାରୀ ପଦକ୍ଷେପ। ସେ କହିଛନ୍ତି, ଆଗାମୀ ଦିନରେ ବୈଷୟିକ ଜ୍ଞାନକୌଶଳ ସମ୍ବଳିତ କୃଷି ଓ କୃଷକମାନଙ୍କୁ ସଶକ୍ତ କରିବା ସହ ଉତ୍ପାଦନ, ଉତ୍ପାଦନ କ୍ଷମତା ଏବଂ ଗୁଣବତ୍ତା ବୃଦ୍ଧି କରିବ। ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଇଣ୍ଡିଆ ଆଗ୍ରିଟେକ୍ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ କାନ୍ତ କୃଷି ଡିଜିଟାଇଜେସନର ମହତ୍ୱ ବିଷୟରେ କହିଛନ୍ତି ଯେ ପରବର୍ତ୍ତୀ ସବୁଜ ବିପ୍ଳବ ସୃଷ୍ଟି କରିବା ଏବଂ କୃଷି କ୍ଷେତ୍ରକୁ ତଥ୍ୟ ସମ୍ବଳିତ ଓ ଅନୁକୂଳ ବ୍ୟବସ୍ଥାରେ ପରିଣତ କରିବା ସହ ଏହା ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ସଫଳତାର ସହ ମୁକାବିଲା କରିପାରିବ।
Popular Categories



