www.samajalive.in
Thursday, December 11, 2025
16.1 C
Bhubaneswar

ସନ୍ଧ୍ୟାରେ ଚାଲିବା ଦ୍ୱାରା ମିଳେ ଏସବୁ ଲାଭ..

ଦୀର୍ଘାୟୁ,ସୁସ୍ଥ ରହିବା ପାଇଁ,ରୋଗ ଠାରୁ ଦୂରେଇ ରହିବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ନିୟମିତ ଚାଲିବା। ଏହା ଶରୀର ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। କିଛି ଲୋକେ ପ୍ରାତଃ ଭ୍ରମଣକୁ ତ କିଛି ଲୋକେ ସନ୍ଧ୍ୟା ସମୟରେ ଭ୍ରମଣ କରିବାକୁ ପସନ୍ଦ କରିଥାଆନ୍ତି। ମାତ୍ର ସନ୍ଧ୍ୟା ସମୟରେ ଚାଲିବା ଦ୍ୱାରା କି କି ଲାଭ ମିଳିଥାଏ,ଜାଣନ୍ତୁ..
ଏକ ରିପୋର୍ଟ ଅନୁଯାୟୀ, ସନ୍ଧ୍ୟା କିମ୍ବା ରାତିରେ ଚାଲିବା ଦ୍ୱାରା ଶରୀରକୁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ। ବିଶେଷ କରି ଯେଉଁମାନଙ୍କର ହଜମ ଜନିତ ସମସ୍ୟା ରହିଛି,ସେମାନେ ସନ୍ଧ୍ୟା ସମୟରେ ଚାଲିବା ବେଶ ଉପକାରୀ। ଏହାସହ ରାତ୍ରି ଭୋଜନ କରିବାର କିଛି ସମୟରେ ପରେ ଚାଲିବା ଦ୍ୱାରା ଖାଦ୍ୟ ସଠିକ୍‌‌ ଭାବେ ହଜମ ହେବା ସହ ଗ୍ୟାଷ୍ଟ୍ରିକ,ବାନ୍ତି,ବଦହଜମି ସମସ୍ୟା ଦୂର ହୋଇଥାଏ।
ଦିନ ଯାକର ଥକ୍କାପଣ ପରେ ସନ୍ଧ୍ୟାରେ କିଛି ସମୟ ଚାଲିବା ଦ୍ୱାରା ଖୁବ ଆରାମ ଅନୁଭବ ହୋଇଥାଏ। ଏହାଦ୍ୱାରା ଶରୀରର ମାଂସପେଶୀ ସକ୍ରିୟ ହେବା ସହ ଶରୀରକୁ ଆରାମ ମିଳିଥାଏ। ଦିନଯାକର ଥକ୍କାପଣ ପରେ ସନ୍ଧ୍ୟାରେ ଚାଲିବା ଦ୍ୱାରା ଶରୀକୁ ଶକ୍ତି ମିଳିବା ସହ ଖୁବ ଆରାମ ଅନୁୁଭବ ହୋଇଥାଏ। ମାନସିକ ଶାନ୍ତି ମିଳିଥାଏ। ଚିନ୍ତା ଦୂର ହୋଇଥାଏ।
ସନ୍ଧ୍ୟାରେ କିମ୍ବା ରାତ୍ରି ଭୋଜନ ପରେ କିଛି ସମୟ ଚାଲିବା ଦ୍ୱାରା ଉତ୍ତମ ନିଦ ହେବା ସହ ଅନିଦ୍ରା ସମସ୍ୟା ଦୂର ହୋଇଥାଏ। ଚାଲିବା ଦ୍ୱାରା ଶରୀରକୁ ଆବଶ୍ୟକୀୟ ଅମ୍ଳଜାନ ମିଳିଥାଏ। ଫଳରେ ରାତିରେ ଶୋଇବା ସମୟରେ ଅଧିକ ଆରାମ ଅନୁଭବ ହେବା ସହ ଭଲ ନିଦ ହୋଇଥାଏ।
ସନ୍ଧ୍ୟା ସମୟରେ ଚାଲିବା ଦ୍ୱାରା ମନ ଓ ମସ୍ତିଷ୍କରୁ ନକରାତ୍ମକ ଚିନ୍ତା ଦୂର ହୋଇଥାଏ। ସକରାତ୍ମକ ଶକ୍ତି ଅନୁଭବ ହୋଇଥାଏ। ଦୁଃଶ୍ଚିନ୍ତା ସମସ୍ୟାକୁ ଦୂର କରିଥାଏ। ମସ୍ତିଷ୍କ ସୁସ୍ଥ ରହିଥାଏ।
ସନ୍ଧ୍ୟାରେ ଚାଲିବା ଦ୍ୱାରା ଓଜନ ନିୟନ୍ତ୍ରିତ ହୋଇ ରହିଥାଏ। ସନ୍ଧ୍ୟାରେ ଚାଲିବା ଦ୍ୱାରା ଫ୍ୟାଟ୍‌‌ ହ୍ରାସ ହୋଇ ଥାଏ।
ସନ୍ଧ୍ୟାରେ ଚାଲିବା ଦ୍ୱାରା କୋଲେଷ୍ଟେରୋଲ ନିୟନ୍ତ୍ରଣ ହୋଇ ରହିଥାଏ।ଏହା ରକ୍ତରେ ଶର୍କରା ଓ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରି ରଖିବାରେ ସହାୟକ ହୋଇଥାଏ। ହୃଦୟ ଜନିତ ରୋଗରୁ ଦୂରେଇ ରଖିଥାଏ। ତେଣୁ ସନ୍ଧ୍ୟାରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ଉପକାରୀ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories