www.samajalive.in
Sunday, December 14, 2025
16.1 C
Bhubaneswar

ଓଡ଼ିଆ ବିଶ୍ୱବିଦ୍ୟାଳୟ : ପ୍ରଥମ ଦିନ ନାମ ଲେଖାଇଲେ ୩୬ ଜଣ

ସାକ୍ଷୀଗୋପାଳ :  ସତ୍ୟବାଦୀରେ ସ୍ଥାପିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ  ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କ ନାମ ଲେଖା କାର୍ଯ୍ୟକ୍ରମ ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ସୋମବାର ପ୍ରଥମ ଦିନରେ ୩୬ ଜଣ ଛାତ୍ରଛାତ୍ରୀ  ଲେଖାଇ ଥିଲେ। ଇଣ୍ଡିଗ୍ରେଟେଡ଼ M A ଓ Ph. D ନିମନ୍ତେ ନାମ ଲେଖା ଅନୁଷ୍ଠିତ ହୋଇଥିଲା।
Odia language & literatureରେ ୨୪ଟି ଆସନ ମଧ୍ୟରୁ ୨୩ଜଣଙ୍କୁ ପ୍ରବେଶ ପତ୍ର ଦିଆଯାଇଥିଲା। ତେବେ୧୦ ଜଣ ଛାତ୍ରଛାତ୍ରୀ ନାମ ଲେଖାିଇଛନ୍ତି । ସେହିପରି  linguistics & natural language processingରେ ମଧ୍ୟ ୨୪ଟି ଆସନ ମଧ୍ୟରୁ ୨୨ ଜଣଙ୍କୁ ପ୍ରବେଶ ପତ୍ର ଦିଆ ଯାଇଥିଲା ଓ ୧୧ ଜଣ ଛାତ୍ରଛାତ୍ରୀ ନାମ ଲେଖାିଇଛନ୍ତି । ଅନ୍ୟପକ୍ଷରେ Regional, Tribal language & Heritage studiesରେ ୨୪ଟି ଆସନ  ମଧ୍ୟରୁ ୨୨ ଜଣଙ୍କୁ ପ୍ରବେଶ ପତ୍ର ଦିଆ ଯାଇଥିଲା ଓ ଜଣ ନାମ ଲେଖାିଇଥିଲେ।
ନାମଲେଖା ସମୟରେ ରେଜିଷ୍ଟ୍ରାର ରଶ୍ମିରେଖା ଦାସ, ଉପ ନିର୍ଦ୍ଦେଶକ PTC ରଜତ କୁମାର ମାନସିଂହ, ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ଶିବ ସୁନ୍ଦର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ନାମଲେଖା ଦାୟିତ୍ବରେ ଥିବା ଅଧ୍ୟାପକ ଧନେଶ୍ୱର ମୁଦୁଲି, ଶଙ୍କର ପ୍ରସାଦ ମିଶ୍ର ଓ ଚନ୍ଦ୍ରଶେଖର ତ୍ରିପାଠୀ ନାମ ଲେଖା ପରିଚାଳନା  କରିଥିଲେ। ଭବାନୀ ଶଙ୍କର ମିଶ୍ର, ସୀତାଂଶୁ କୁମାର ମହାପାତ୍ର, ପ୍ରକାଶ ଚନ୍ଦ୍ର ଗୌଡୁ, ମହେଶ୍ୱର ମିଶ୍ର ଓ ଗଣନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories