ଫୁଲବାଣୀ(ଫିରିଙ୍ଗିଆ) : ଫିରିଙ୍ଗିଆ ବ୍ଲକ ପଞ୍ଚାୟତ ମହାବିଦ୍ୟାଳୟ ସଭାଗୃହରେ ପ୍ରେସ କ୍ଲବର ସାଧାରଣ ବୈଠକ ଓ ଫିରିଙ୍ଗିଆ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ଫିରିଙ୍ଗିଆ ଏବଂ ଗୋଚ୍ଛା ପଡା ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରେସ କ୍ଲବ ସଭାପତି ଉତ୍ତମ ଖମାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ବୈଠକରେ ଅତିଥି ଭାବରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ, ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଗୋଚ୍ଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା, ଅତିରିକ୍ତ ଥାନା ଅଧିକାରୀ ଅଜୟ ସାହୁ, ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟ ଅଧ୍ୟକ୍ଷ ନବଘନ ସାହୁ ଯୋଗ ଦେଇଥିଲେ। ପ୍ରେସ କ୍ଲବର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ ଓ ଶରତ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ପ୍ରଥମେ ୩ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସ୍ୱାଗତ ସମ୍ବର୍ଦ୍ଧନା ପରେ କ୍ଲବର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା ପରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତଙ୍କୁ କ୍ଲବ ତରଫରୁ ଉପଢୌକାନ ଓ ଉପହାର ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତଙ୍କ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅତିଥି ମାନେ ଅଭିଭାଷଣ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଉପ ସଭାପତି ସୁଶାନ୍ତ ଦିଗାଲ, ସଞ୍ଜୟ କୁମାର ସାହୁ, ହୂରଞ୍ଜନ ସେଠି ଗୋଲକ ବିହାରୀ କହଁର ଓ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ



