www.samajalive.in
Sunday, December 14, 2025
14.1 C
Bhubaneswar

ସମସ୍ୟା ଜର୍ଜରିତ ୮ନମ୍ବର ୱାର୍ଡ଼, ପ୍ରତିକାର ଦାବି

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୮ନମ୍ବର ୱାର୍ଡ଼ରେ ଦୀର୍ଘଦିନ ଧରି କୌଣସି ବିକାଶ କାର୍ଯ୍ୟ ହୋଇ ନଥିବା ଅଭିଯୋଗ ହୋଇଛି । ପୌର ନିର୍ବାଚନର ଦେଢ଼ ବର୍ଷ ବିତି ଯାଇଥିବା ବେଳେ ଏବଂ ଏହି ୱାର୍ଡ଼ରୁ ଶାସକ ଦଳର କାଉନସିଲର ବିଜୟୀ ହୋଇଥିବା ବେଳେ ପୌରପାଳିକା ତରଫରୁ ଏହି ୱାର୍ଡ଼ରେ କୌଣସି ବିକାଶ କାର୍ଯ୍ୟ ହୋଇ ନଥିବା ତଥା ୱାର୍ଡ଼ର ବିଭିନ୍ନ ସମସ୍ୟା ସମାଧାନ କରାଯାଉ ନଥିବା ଅଭିଯୋଗ କରିଛନ୍ତି ଖୋଦ୍ ଏହି ୱାର୍ଡ଼ର କାଉନସିଲର ବିଜୟଲକ୍ଷ୍ମୀ ବେହେରା। ୱାର୍ଡ଼ରେ ରାସ୍ତାଘାଟ ସମସ୍ୟା, ଡ୍ରେନ୍ ସମସ୍ୟା, ବିଦ୍ୟାଳୟଗୃହ ଓ ଶିକ୍ଷକ ସମସ୍ୟା ଆଦି ସମ୍ପର୍କରେ ୱାର୍ଡ଼ବାସୀ କାଉନସିଲରଙ୍କୁ ବାରମ୍ବାର ଅଭିଯୋଗ କରିବା ଓ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସେ ବାରମ୍ବାର ପୌର ପରିଷଦକୁ ନିବେଦନ କରିଥିଲେ ହେଁ ଏହାର କୌଣସି ପ୍ରତିକାର ନହେବାରୁ କାଉନସିଲର ଗତ ଶୁକ୍ରବାର ଦିନ ୱାର୍ଡ଼ ସଫେଇ କାର୍ଯ୍ୟକୁ ବନ୍ଦ କରିବା ସହିତ ସଫେଇ କର୍ମଚାରୀ ମାନଙ୍କୁ ୱାର୍ଡ଼ରୁ ଫେରାଇ ଦେଇଥିଲେ। ଖବର ପାଇ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ପ୍ରମୁଖ ୱାର୍ଡ଼ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

- Advertisement -

ୱାର୍ଡ଼ରେ ଡ୍ରେନ୍ ପାଣି ନିଷ୍କାସନ ହୋଇ ନପାରି ରାସ୍ତାରେ ଜମିବା, ମଠସାହିରେ ରାସ୍ତାରେ ମଇଳା ପାଣି ଜମି ଯାତାୟତ ବ୍ୟାଘାତ କରୁଥିବା, ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଇପ ବିଛାଣ ପାଇଁ ଖୋଳାଯାଇଥିବା କଂକ୍ରିଟ ଓ ମାଟି ରାସ୍ତା ଉପରେ ଜମିରହି ରାସ୍ତା ଅବରୋଧ ହୋଇଥିବା ଆଦି ପୌରାଧ୍ୟକ୍ଷା ଓ ପୂର୍ବତନ ବିଧାୟକଙ୍କୁ ସ୍ଥାନୀୟ ଲୋକେ ଦେଖାଇଥିଲେ। ୱାର୍ଡ଼ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଭଙ୍ଗା ଶ୍ରେଣୀଗୃହ ରୋଷେଇ ଗୃହ ପିଲା ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଠି କରିଥିବା ୱାର୍ଡ଼ବାସୀ ଅଭିଯୋଗ କରିଥିଲେ। ୱାର୍ଡ଼ବାସୀଙ୍କର କୌଣସି ସମସ୍ୟା ପୌର ପ୍ରଶାସନ ତରଫରୁ ସମାଧାନ କରାଯାଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ । ଆଗାମୀ ଦେଢ଼ ମାସ ମଧ୍ୟରେ ୱାର୍ଡ଼ର ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ପୂର୍ବତନ ବିଧାୟକ ଓ ପୌରାଧ୍ୟକ୍ଷା ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି କାର୍ଯ୍ୟକାରୀ ନହେଲେ ଅନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ୱାର୍ଡ଼ବାସୀ ଚେତାବନୀ ଦେଇଛନ୍ତି ।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories