www.samajalive.in
Saturday, December 13, 2025
26.1 C
Bhubaneswar

ରାଷ୍ଟ୍ରପତି ପଦକପ୍ରାପ୍ତ ଗୃହରକ୍ଷୀଙ୍କୁ ସମ୍ବର୍ଦ୍ଧନା

ଆଠଗଡ : ଆଠଗଡ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ପ୍ରଦୀପ କୁମାର ଦାଶଙ୍କୁ ଗତ ଶୁକ୍ରବାର ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟପାଳଙ୍କ ଦ୍ୱାରା ରାଷ୍ଟ୍ରପତି ଉତ୍କୃଷ୍ଟ ସେବା ପଦକ ମିଳିବା ପରେ ତାଙ୍କୁ ରବିବାର ଆଠଗଡ ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବିକାଶ ମଞ୍ଚର ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଅନ୍ୟ ସଦସ୍ୟଙ୍କ ସହ ଆଠଗଡ ଥାନାକୁ ଆସି ପ୍ରଦୀପଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ତାଙ୍କର ଉତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ସମ୍ବର୍ଦ୍ଧନା ସମୟରେ ଭାରପ୍ରାପ୍ତ ଆଇଆଇସି ବିଶ୍ୱଜିତ୍‌‌ ଜେନା, ଉପନିରୀକ୍ଷକ ଶକୁନ୍ତଳା ଦାସ, ସହକାରୀ ଉପନିରୀକ୍ଷକ ରଞ୍ଜନ କୁମାର ସାହୁ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories