ଗୁରୁଡିଝାଟିଆ : ଛଅଗାଁରେ ଆଠଗଡ ବିଜୁ ଜନତାଦଳ ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରତ୍ୟେକ ରକ୍ତଦାତା ଜଣେ ଜଣେ ଉଦାହରଣ ବୋଲି କହିଥିଲେ । ମୋଟ ୧୮୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ରେଡକ୍ରସ ରକ୍ତ ଭଣ୍ଡାର ଚିକିତ୍ସକ ଓ କର୍ମଚାରୀମାନେ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଦସ୍ୟ ମିନତୀ ଗାଗରାଇ, ଆଠଗଡ ବ୍ଲକ ଯୁବ ବିଜେଡି ସଭାପତି ବିନୋଦ ମାଝି, ଆଠଗଡ ବ୍ଲକ ବିଜେଡି ଛାତ୍ର ଜନତା ଦଳ ସଭାପତି ସତ୍ୟପ୍ରିୟ ମହାନ୍ତି, ଜୀବନବିନ୍ଦୁ ରକ୍ତଦାନ ଶିବିରର ଆବାହକ ରାକେଶ ଦାସ, ସଂଯୋଜକ ପ୍ରଦୀପ୍ତ ଦାସ, ସ୍ଥାନୀୟ ସରପଞ୍ଚ ତୁଷାର ସାହୁ, ସମିତିସଭ୍ୟ କାର୍ତ୍ତିକ ରାଉତ, ମିତାଲି ରାଉତ, ଜ୍ୟୋତିର୍ମୟୀ ସାହୁ, ନଗର ସଭାପତି ଶିଶିର ମାନସିଂହଙ୍କ ସହିତ ପଞ୍ଚାୟତର ଆଗଧାଡିର ଯୁବଛାତ୍ର ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
Popular Categories



