ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ କଖାରୁଝୋଲା ଜୋରସାହିର ୧୩ ବର୍ଷର ନାବାଳିକା ଝିଅ ଗତ ୨ ମାସ ହେଲାଣି ଅପହରଣ ହୋଇଥିବା ତା ବାପା ମା’ ଚକାପାଦ ଥାନାରେ ଲିଖିତ ଅଭିଯୋଗ କଲା ପରେ ଏବଂ ବାରମ୍ବାର ଜି. ଉଦୟଗିରି ଏସ୍ଡ଼ିପିଓଙ୍କୁ ସାକ୍ଷାତ କରିବା ପରେ ମଧ୍ୟ କୌଣସି ସାହାଯ୍ୟ ମିଳି ପାରୁନାହିଁ ଓଲଟା ଚକାପାଦ ଥାନା ଅଧିକାରୀ ତାଙ୍କ ବାପା ମାଙ୍କୁ ବାରମ୍ବାର ଥାନାକୁ କାହିଁକି ଆସୁଛ କହୁଥିବା ଅଭିଯୋଗ କରିଛନ୍ତି। ଝିଅର ବାପା ମା ଆଜି ଯୁବ ନେତା ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ କନ୍ଧମାଳ ଏସପିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଛନ୍ତି ଓ ଏସପି ଏହାକୁ ଗୁରୁୂତ୍ୱର ସହିତ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି।
Popular Categories



